ଟିଟିଲାଗଡ ପ୍ରଶାସନ ଶାସକ ଦଳର ଏଜେଣ୍ଟ ଭଳିଆ କାମ କରୁଥିବା ଅଭିଯୋଗରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ବରେ ସୋମବାର ଦିନ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ଟିଟିଲାଗଡ ତରଫରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରୁ ଏକ ବିଶାଳ ରେଲି ବାହାରି ସହର ପରିକ୍ରମା କରିବା ପରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏ ସମ୍ବନ୍ଧରେ ଏକ ଦାବୀପତ୍ର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଉତ୍କଳ ଦିବସ ପାଳନ ଅବସରରେ ଶାସକ ଦଳର ପ୍ରାୟୋଜିତ ଭାବରେ କାର୍ଯ୍ୟକ୍ରମ ଆୟୋଜିତ କରୁଥିବା ବିଭାଗୀୟ ଅଧିକାରୀ ଏବଂ ଉପଜିଲ୍ଲାପାଳ ଜାଣିଶୁଣି ପୌରାଧ୍ଧକ୍ଷା ଶ୍ରୀମତୀ ମମତା ଦେବି ଜୈନଙ୍କୁ ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି । ସରକାରୀ କାର୍ଯ୍ୟକ୍ରମରେ ବେସରକାରୀ ଲୋକକୁ ପରିଚାଳନା ଦାୟିତ୍ଵ କାହିଁକି ଦିଆଗଲା ? ଯିଏ ସଭା ପରିଚାଳନା କରୁଥିଲେ ସେ ଜଣେ ବ୍ୟବସାୟୀ, ଶାସକ ଦଳର ପ୍ରଚାର ପ୍ରସାର କାମ କରନ୍ତି । ସରକାରୀ ପ୍ରୋଟୋକୋଲ ଅନୁଯାୟୀ ପୌରାଧ୍ୟକ୍ଷାଙ୍କୁ ଆଗ ମଞ୍ଚକୁ ନ ଡାକି ଯାହାର ନିମନ୍ତ୍ରଣ ପତ୍ରରେ ନାଁ ନ ଥାଇ ଆଗ ପୌର ଉପାଧ୍ୟକ୍ଷା ଶ୍ରୀମତି ପୁଷ୍ପା ମଞ୍ଜରି ଜାଲଙ୍କୁ କିପରି ଡକାଗଲା ? ଏହା କଣ ପ୍ରାୟୋଜିତ ନୁହେଁ କି ? ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ ମଧ୍ୟ ଉପସ୍ଥିତ ଥିଲେ । ସେ କିପରି ପାଟି ଫିଟାଇଲେ ନାହିଁ । ତାମାନେ ଉପଜିଲ୍ଲାପାଳ ମଧ୍ୟ ଶାସକ ଦଳର ଇଙ୍ଗିତରେ ଏଭଳି କାର୍ୟ୍ୟକ୍ରମ କରାଉଛନ୍ତି ବୋଲି ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ବିରକ୍ତି ପ୍ରକାଶ କରିଥିଲେ । ସେହିପରି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ ମଧ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ, ଯେ ଆଜି ଯେଉଁ ଅଧିକାରୀମାନେ ଶାସକ ଦଳର ଇଶାରାରେ କାମ କରୁଛନ୍ତି ଆସନ୍ତା ନିର୍ବାଚନରେ ଯଦି ବିଜେଡି ସରକାର ନ ଥିବ ତା’ହେଲେ ସେମାନେ କିପରି କରିବେ ? ଟିଟିଲାଗଡ଼ର ଜନସାଧାରଣ ଶାସକ ଦଳକୁ ପ୍ରତ୍ୟାଖ୍ୟାନ କରି ପୌର ନିର୍ବାଚନରେ ବିଜେପି ପ୍ରାର୍ଥିନୀ ମମତା ଦେବି ଜୈନଙ୍କୁ ବିଜୟୀ କରିଛନ୍ତି । ସେ ରାଗ ସୁଝାଇବା ପାଇଁ ଜାଣିଶୁଣି ଆମ ଦଳର ପ୍ରାର୍ଥୀ ବୋଲି ମମତା ଦେବି ଜୈନଙ୍କୁ ହଇରାଣ ତଥା ଅସମ୍ମାନ କରୁଛନ୍ତି, ଆଗାମୀ ଦିନରେ ଯେପରି ଏମିତି ଭୁଲ ନ କରନ୍ତୁ, ଯଦି କରିବେ ତାହେଲେ ଏହାର ପ୍ରତିବାଦରେ ଆହୁରି ଜୋରଦାର ଆନ୍ଦୋଳନ କରାଯିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତେଇ ଦେଇଥିଲେ । ଜଣେ ମହିଳାଙ୍କୁ ଆଉ ଜଣେ ମହିଳା ମନ୍ତ୍ରୀ ହୋଇ ସହି ନ ପାରି ପ୍ରଶାସନକୁ ହାତ ବାରିଶି କରି ଜାଣିଶୁଣି ଜଣେ ଟିଟିଲାଗଡ ସହରବାସୀଙ୍କ ନିର୍ବାଚିତ ଜନ ପ୍ରତିନିଧି ତଥା ସହରର ପ୍ରଥମ ନାଗରିକଙ୍କୁ ଏଭଳି ଅସମ୍ମାନ କରିବା କ’ଣ ଠିକ ? ଏହା କଣ ରାଜ୍ୟ ସରକାରଙ୍କ ମା’ଙ୍କୁ ସମ୍ମାନ ଦେଉଥିବା ନାରା କି ବୋଲି ବିଜେପି ନେତା ମହେନ୍ଦ୍ର ଠାକୁର ପ୍ରଶ୍ନ ଥିଲେ । ସେହିପରି ନବୀନ ଜୈନ ଆଗାମୀ ୨୦୨୪ ନିର୍ବାଚନରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଲୋକେ ଏହି ଅସମ୍ମାନର ଉଚିତ ଜବାବ ଦେବା ସହ ବିଜେପି ପ୍ରାର୍ଥୀଙ୍କୁ ନିଶ୍ଚୟ ସୁଯୋଗ ଦେବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

ଏହି ବିକ୍ଷୋଭ ପ୍ରଦର୍ଶନରେ ଟିଟିଲାଗଡ, ମୁରିବାହାଲ, ସଇଁତଲା ଅଞ୍ଚଳର ବହୁତ ବିଜେପି କର୍ମୀମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ବିଜେପି କାଉଁନସିଲର ସୁନୀଲ ଆଚାର୍ଯ୍ୟ, ମନୋଜ ଜୈନ, ସାଂସଦଙ୍କ ପ୍ରତିନିଧି ଆଲୋକ ନାୟକ, ବିଜେପି ନେତା ଆଶିଷ ସାହୁ, ଯୁବ ନେତା ନରସିଂହ ସିଂ, ପବିତ୍ର ସାହୁ, ବିଜେପି ଉପ ସଭାପତି ଲିଙ୍ଗରାଜ ନାୟକ, ଜୟରାଜ ସାହୁ, ସଞ୍ଜୟ ତ୍ରିପାଠୀଙ୍କ ସହ ବହୁତ ପୁରୁଷ ଓ ମହିଳା ବିଜେପି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.