ଲଥାକେନ୍ଧ ଗ୍ରାମରେ ଅଘଟଣ : ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନିକଟସ୍ଥ ସଲଣ୍ଡି ଗ୍ରାମ ପଞ୍ଚାୟତ ଲଥାକେନ୍ଧ ଗ୍ରାମରେ ଆଜି ଏକ ଅଘଟଣ ଘଟିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ଆଜି ଉକ୍ତ ଗ୍ରାମର ରଞ୍ଜନ ପୁଞ୍ଜି (୨୨) ନିଜ ଘରେ ଭିତର ପଟୁ କବାଟ ଦେଇ ବେକରେ ପ୍ଲାଷ୍ଟିକ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ଏନେଇ ଆଜି ବେଲପଡା ଥାନରେ ଏକ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ବେଲପଡା ପୋଲିସ ଉକ୍ତ ଗ୍ରାମରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଶବ ବ୍ୟବଚ୍ଛେଦ କରିଛନ୍ତି । ପରେ ଶବକୁ ତାଙ୍କର ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ବେଲପଡା ଥାନରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି ବୋଲି ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.