ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଜି-୨୦ ଜନଭାଗୀଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଆଇଟି ଭୁବନେଶ୍ୱର ଆନୁକୂଲ୍ୟରେ ଜି-୨୦ ଜନଭାଗୀଦାରୀ କାର୍ଯ୍ୟକ୍ରମର ଅଂଶ ବିଶେଷ ସ୍ୱରୂପ ଏକ ଯୋଗ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଆଇଆଇଟି ଭୁବନେଶ୍ୱର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତିଶୀଳ ନେତ୍ତୃତ୍ୱରେ ଏପ୍ରିଲ ୧ ଓ ୨ ତାରିଖରେ ଦୁଇଦିନିଆ ଜି-୨୦ ଜନଭାଗୀଦାରୀ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏପ୍ରିଲ ୨ ତାରିଖରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଜି-୨୦ ଜନଭାଗୀଦାରୀ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା । ସକାଳ ୬ଟାରୁ ବିଭିନ୍ନ ଯୋଗ କ୍ରିୟା ମାଧ୍ୟମରେ ଆସନସର ବ୍ୟବସ୍ଥିତ ଅଭ୍ୟାସ ସହିତ ଯୋଗ ଅଧିବେଶନ ଆରମ୍ଭ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀପଦ କରମଲକର, ଅନେକ ଅଧ୍ୟାପକ, ଅଧିକାରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ ସହ ଅଧିବେଶନ ଶେଷ ହୋଇଥିଲା ।

Leave A Reply

Your email address will not be published.