oom

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ଗୋପାଳଜୀ ମନ୍ଦିରରୁ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ମୂର୍ତ୍ତିକୁ ଅଣାଯାଇ ଏକ ସୁସଜ୍ଜିତ ରଥରେ ପୂଜାର୍ଚ୍ଚନା କରି ନଗର ଶୋଭାଯାତ୍ରାରେ ବାହାରିଥିଲା ।ମୁଦିରଥ ପଣ୍ଡା ପୂଜକ ଦାୟିତ୍ଵ ତୁଲାଇଥିଲେ । ୧୧ଟି ଦଳ ରାଜା ରାମ, ଲକ୍ଷ୍ମଣ, ସୀତା ଓ ବନବାସୀ ରାମ, ଲକ୍ଷ୍ମଣ, ସୀତା ବେଶଧାରୀ ଭାଇଭଉଣୀ ସୁସଜ୍ଜିତ ଅଟୋରିକ୍ସାରେ ବସି ଘଣ୍ଟ ବାଦ୍ୟ, ଡିଜେ ଗୀତର ତାଳେ ତାଳେ ଶିଶୁ ଭାଇ ଭଉଣୀ ମାନେ ଚାଲି ଚାଲି ଶୋଭାଯାତ୍ରାରେ ସାମିଲ ହୋଇ ଶିଶୁ ମନ୍ଦିରରୁ ବାହାରି ସାଇମନ୍ଦିର, ମେହେରପଡା, ବଡ଼ପଡା, ହନୁମାନପଡା, ଭେଉଁରିଆ ଛକ, ସୂର୍ଯ୍ୟନଗର ଦେଇ ଶିଶୁ ମନ୍ଦିରକୁ ଫେରି ଆସିଥିଲା । ବିଭିନ୍ନ ସ୍ଥାନରେ ଝୋଟି କଳସ ବସାଇ ଦୀପ ଜାଳି ପୂଜିର୍ଚ୍ଚନା କରି ହୁଲହୁଲି ଦେଇ ସ୍ୱାଗତ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jittmm
Leave A Reply

Your email address will not be published.