ବରପାଲିପଡା ଚନ୍ଦ୍ରାସେନୀ ମନ୍ଦିରରେ ସୁନ୍ଦରାକାଣ୍ଡ ପାରାୟଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ରାମନବମୀ । ଚୈତ୍ରମାସ ଉପଲକ୍ଷେ ବରପାଲିପଡାର ମା’ ଚନ୍ଦ୍ରାସେନୀ ଦେବୀପୀଠରେ ଗତ ତିନିଦିନ ହେଲା ପୂଜାର୍ଚ୍ଚନା ଚାଲିଛି । ଆଜି ଶେଷଦିନ ଉପଲକ୍ଷେ ସୁନ୍ଦରାକାଣ୍ଡ ପାରାୟାଣ କରାଯାଇଛି । ବ୍ୟାସ ଭାବରେ ବ୍ରାହ୍ମଣୀଡୁଙ୍ଗୁରୀର ସୁଶ୍ରୀ ପ୍ରୀତିନନ୍ଦା ମିଶ୍ର ଓ ଭଜନପାଲିଆ ତାଙ୍କ ଭଉଣୀ ସୃତିନନ୍ଦା ମିଶ୍ର ଖୁବସୁନ୍ଦର ପରାୟାଣ ଗାନ କରିଥିଲେ । କର୍ତ୍ତା ଭାବରେ ଚନ୍ଦ୍ରାସେନୀମନ୍ଦିର କମିଟିର ପ୍ରଦୀପ ଷଢଙ୍ଗୀ ଓ ତାଙ୍କ ଧର୍ମପତ୍ନୀ ପୂଜାକାର୍ଯ୍ୟ ତୁଲାଇଥିଲେ । ସେହିପରି ମନ୍ଦିର କମିଟିର କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପିଣ୍ଟୁ ଦାସ, କୁନୁ ପଟ୍ଟନାୟକ, ସୌରଭ ମେହେର, ଗୋବର୍ଦ୍ଧନ ନେଗୀ, ଚିଣ୍ଟୁ ପୃଷେଠ, ବାସୁଦେବ ମେହେର, ରାମନାରାୟଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରପାଲିପଡା, ତାଲପାଲିପଡା ଓ ବ୍ରାହ୍ମଣପଡାର ଅନେକ ଭକ୍ତ ଯୋଗଦାନ କରିଥିଲେ । ଗତ ତିନି ଦିନ ମଧ୍ୟରେ ବୁଧବାର ଦିନ କଳସ ଶୋଭାଯାତ୍ରା, ଚଇତିପୂଜା ଓ ଆଜି ଶେଷ ଦିନରେ ମା’ ଚନ୍ଦ୍ରାସେନୀଙ୍କ ପୂଜା ସହିତ ସୁନ୍ଦରାକାଣ୍ଡ କରାଯାଇଥିଲା । ବ୍ୟାସ ପ୍ରୀତିନନ୍ଦା ଓ ତାଙ୍କ ଭଉଣୀ ସୃତିନନ୍ଦାଙ୍କ ସୁମଧୂର କଣ୍ଠର ଭଜନରେ ଭକ୍ତମାନେ ବିଭୋର ହୋଇଥିଲେ ।

Leave A Reply

Your email address will not be published.