jsm

ଖପ୍ରାଖୋଲ ଥାନା ଛଞ୍ଚାଣବାହାଲି ଗାଁରେ ସୁନା ଭଳି ପଦାର୍ଥ ବାହାରୁଥିବା ଘଟଣାସ୍ଥଳକୁ ଭୂ-ତତ୍ତ୍ୱ ବିଶେଷଜ୍ଞଙ୍କ ପରିଦର୍ଶନ

csstore

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଛଞ୍ଚାଣବାହାଲି ଗାଁରେ ଗତ ଚାରି ଦିନ ତଳେ ଏକ ଗଭୀର ନଳକୂପରୁ ସୁନା ଭଳି ପଦାର୍ଥ ବାହାରିବା ନେଇ ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ନାନ୍ଦୁପଲା ଗ୍ରାମର ମୋହମ୍ମଦ ଜାବେଦ ଛଞ୍ଚାଣବାହାଲିରେ ଥିବା ତାଙ୍କ ଚାଷ ଜମିରେ ଏକ ମାସ ପୂର୍ବେ ଏକ ଗଭୀର ନଳକୂପ ଖୋଳାଇଥିଲେ । ନଳକୂପରୁ ସୁନା ଭଳି ଦିଶୁଥିବା ଏକ ପଦାର୍ଥ ବାହାରୁ ଥିବା ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ପ୍ରଶାସନକୁ ଖବର ଦେବା ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରି ଫେରି ଆସିଥିଲେ । ଏନେଇ ମଙ୍ଗଳବାର ଉକ୍ତ ଜାଗାକୁ ବଲାଙ୍ଗିର ଜିଲ୍ଲା ଭୂ-ତତ୍ତ୍ୱ ଯୁଗ୍ମ ନିର୍ଦ୍ଦେଶକ ଏନ ଏନ ସିଙ୍ଘଦେଓଙ୍କ ନେତୃତ୍ଵରେ ଏକ ଟିମ୍ ପହଞ୍ଚି ତଦାରଖ କରି ଫେରି ଯାଇଥିବା ବେଳେ ବୋରୱେଲରୁ ବାହାରୁ ଥିବା ପଦାର୍ଥ ସୁନା କିମ୍ବା ଅନ୍ୟ କୌଣସି ଧାତୁ ତାହା ପରୀକ୍ଷା କଲେ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.