ଟିପ୍ପର ଧକ୍କାରେ ୬ ମଇଁଷି ମୃତ

ମାଲକାନଗିରି : ମାଲକାନଗିରି ମୋଟୁ ୩୨୬ ନଂ ଜାତୀୟ ରାଜପଥ ଉପରେ ଟିପ୍ପର ଗାଡ଼ି ଧକ୍କାରେ ୬ ମଇଁଷି ମୃତ୍ୟୁ ଘଟିଛି । ଏଥି ସହ ୨ ମଇଁଷି ଗୁରୁତର ଆହତ ହୋଇଛି । ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ସୋରିଷମାଳା ଗ୍ରାମ ନିକଟ ରାଜରାସ୍ତା ଉପରେ ଟିପ୍ପର ଧକ୍କାରେ ମଇଁଷି ପଡିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ବୁଧବାର ମଧ୍ୟ ରାତ୍ରରେ ଗାଡି (ନଂ ୟୁପି୫୨ଟି ୮୦୭୯) ଦ୍ରୁତ ଗତିରେ ମୁଖ୍ୟ ରାସ୍ତା ଦେଇ ଆସୁଥିବା ସମୟରେ ରାସ୍ତା ଉପରେ ଛିଡ଼ା ହୋଇଥିବା କିଛି ମଇଁଷିଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ୬ ଟି ମଇଁଷି ମୃତ୍ୟୁ ହେବା ସହ ଦୁଇଟି ମଇଁଷି ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡିରହିଥିଲେ । ନିକଟରେ ଥିବା ଗ୍ରାମବାସୀ ଖବର ପାଇଁ ଘଟଣା ସ୍ଥଳରେ ପହଁଞ୍ଚି ଘଟଣା ବିଷୟରେ ଜାଣିବା ସହ ଗାଡ଼ି ଚାଳକକୁ ଖୋଜାଖୋଜି କରିଥିଲେ । କିନ୍ତୁ ଘଟଣା ଘଟିବା ପରେ ଡ୍ରାଇଭର ଗାଡିଟିକୁ ରାସ୍ତା ଉପରେ ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାରୁ ମୃତ ମଇଁଷିଙ୍କୁ ଉଦ୍ଧାର କରି ଆହତମାନଙ୍କୁ ପ୍ରାଣୀ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ । ଘଟଣା ସ୍ଥଳରେ ମାଲକାନଗିରି ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି ।

Leave A Reply

Your email address will not be published.