jayashree

ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଟିଟିଲାଗଡ଼ ସହରକୁ ପ୍ରବେଶ କରୁଥିବା ତିନୋଟି ମୁଖ୍ୟ ଛକରେ କରାଯାଉଛି ଧର୍ମଘଟ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଲ୍ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମାର୍ଚ୍ଚ ୧୫ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ ଦଫା ଦାବୀ ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ମହାସଂଘ । ଏହି ପରିପ୍ରେକ୍ଷୀରେ ଗତକାଲି ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ନିକଟ ଛକରେ ଜରୁରୀକାଳୀନ ସେବା ଯୋଗାଉଥିବା ଗାଡ଼ି ଗୁଡ଼ିକୁ ଛାଡି ଅନ୍ୟ ଗାଡ଼ିମାନଙ୍କରେ ଯାଉଥିବା ଯାତ୍ରୀମାନଙ୍କୁ ଗାଡିରୁ ଓହ୍ଲାଇ ଦିଆଯାଉଥିବା ଦେଖିବାକୁ ମିଳିଥିଲା । ସେହିପରି ମହିଳା ବିଦ୍ୟାଳୟ ଛକ ଏବଂ ଦେଶିଲ ଛକ ଠାରେ ମଧ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଧର୍ମଘଟ କରାଯାଇଛି । ସେମାନଙ୍କ କହିବାଅନୁଯାୟୀ ପୂର୍ବରୁ ସେମାନେ ୧୦ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଦେଇଥିଲେ । ସରକାର ସେମାନଙ୍କ ଦାବୀ ପୂରଣ ନ କରିବାରୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇଛନ୍ତି ଏବଂ ସରକାର ସେମାନଙ୍କ ଦାବୀ ପୂରଣ ନ କଲା ଯାଏଁ ଏହି ଧର୍ମଘଟ ଜାରି ରହିବ ବୋଲି କର୍ମକତ୍‌ର୍ତ୍ତା ସୂଚନା ଦେଇଛନ୍ତି । ସ୍କୁଲ ବସ୍‌, ଆମ୍ବୁଲାନ୍ସ, ଜରୁରୀକାଳୀନ ସେବାରେ ବ୍ୟବହୃତ ହେଉଥିବା ଗାଡ଼ି, ଗାଡ଼ି ମାଲିକ ନିଜେ ଗାଡ଼ି ଚଳାଇଲେ ଛାଡ଼ି ଦେବା ସହ ଶାନ୍ତି ଶୃଙ୍ଖଳାର ସହିତ ଧର୍ମଘଟ ଜାରି ରହିଛି ।

Leave A Reply

Your email address will not be published.