csstore

ରାଜ୍ୟରେ ଆଜି ୫୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସମୁଦାୟ ୩୧୭୨୩୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୮୮୩୯ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୬୬୨୯ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି । ଆଜି ୫୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୭, ବାଲେଶ୍ୱରରୁ ୩୪, ବରଗଡ଼ରୁ ୧୪, ଭଦ୍ରକରୁ ୧୧, ବଲାଙ୍ଗିରରୁ ୪୨, ବୌଦ୍ଧରୁ ୩, କଟକରୁ ୫୫, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ୧, ଗଂଜାମରୁ ୮, ଜଗତ୍‌ସିଂହପୁରରୁ ୨୪, ଯାଜପୁରରୁ ୧୦, ଝାରସୁଗୁଡ଼ାରୁ ୨୭, କଳାହାଣ୍ଡିରୁ ୨୦, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୧୬, କେଉଁଝରରୁ ୧୯, ଖୋର୍ଦ୍ଧାରୁ ୫୬, ମାଲକାନଗିରିରୁ ୬, ମୟୁରଭଂଜରୁ ୪୨, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୪, ନୂଆପଡ଼ାରୁ ୨୫, ପୁରୀରୁ ୩୭, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୭, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୫୫ ଓ ଷ୍ଟେଟ ପୁଲ୍‌ରୁ ୧୦ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.