ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସହ ଯୁବକଙ୍କୁ ଆକ୍ରମଣ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ସରକାରୀ ବସଷ୍ଟାଣ୍ଡ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଯୁବକଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଦୁର୍ବୁତ୍ତମାନେ ହାଣି ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ୨ ଜଣ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଯୁବକ ୨ ଜଣ ହାଟପଦାର ଜଗନ୍ନାଥ କର୍ଣ୍ଣ ଓ ବିସିପଡ଼ାର ଲଖନ ସାହୁ ବୋଲି ସୂଚନା ମିଳିଛି । ଆହତ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ମୁଖା ଓ ହେଲମେଟ ପିନ୍ଧି ୨୦ରୁ ୩୦ ଜଣ ଯୁବକ ଅତର୍କିତ ଭାବେ ଭୁଜାଲି ଓ ବନ୍ଧୁକରେ ହାଟପଦାର ଜଗନ୍ନାଥ କର୍ଣ୍ଣ ଓ ବିସିପଡ଼ାର ଲଖନ ସାହୁ ଆକ୍ରମଣ କରିଥିଲେ । ଏଥିରେ ଜଗନ୍ନାଥ ଓ ଲଖନ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ କରିଛି । ଘଟଣାସ୍ଥଳରେ ବ୍ୟବହୃତ ଗୁଳି ପଡିରହିଥିବା ବେଳେ ଏନେଇ ବରଗଡ଼ ଟାଉନ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.