oom

ପାଇକମାଲ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତିର ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟିର ବୈଠକ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଉପସଭାପତି ସୁରେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି କ୍ଷ ସଂପ୍ରତି ବୈଠକ ରେ ଉପସଭାପତି ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅସିତ କୁମାର ପୁଂଜି, ଡାକ୍ତର ସୌମ୍ୟରଂଜନ ଦାଶ, ସମ୍ପାଦକ ଡାକ୍ତର ଶ୍ରୀଧର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ତଥା ସଭାପତିଙ୍କ ପ୍ରତିନିଧି ଶ୍ରୀ କ୍ଷେତ୍ରୀ ଲୁହାର, ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ପ୍ରତିନିଧି ହୃଦାନନ୍ଦ ବାରିକ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ତୁଷକୁମାର ଚନ୍ଦ୍ରକାର, ବି.ପି.ଏମ୍ ବିଜୟ କୁମାର ସରାପ, ଆୟୁଷ ଚିକିତ୍ସାଧିକାରୀ ଡାକ୍ତର ସଂଗୀତା ସାହୁ, ଫାର୍ମାସିଷ୍ଟ ଚିତ୍ତରଞ୍ଜନ ଦାସ ଯୋଗଦାନ କରି ନିଜ ନିଜ ସୁଚିନ୍ତିତ ମତାମତ ସହ ଆନୁସାଙ୍ଗିକ ସମସ୍ୟା ଗୁଡ଼ିକ ଉତ୍ଥାପନ କରିଥିଲେ କ୍ଷ ଉକ୍ତ ବୈଠକରେ ଗତବର୍ଷ ର ହିସାବ ନିକାଶ ଉପସ୍ଥାପିତ କରାଯାଇ ଆସନ୍ତା ବର୍ଷ କି କାର୍ୟ୍ୟ ସବୁ କରାଯିବ ସେ ନେଇ ଏକ ଖସଡ଼ା ପ୍ରସ୍ତୁତି କରାଯାଇଥିଲା । ଶେଷରେ ଫାର୍ମାସିଷ୍ଟ ଶ୍ରୀ ଦାସ ଉପସ୍ଥିତ ସଭ୍ୟ ସଭ୍ୟା ତଥା ସଭାପତିଙ୍କୁ ଧନ୍ୟବାଦ ଜଣାଇ ସଭାକାର୍ୟ୍ୟ ସାଙ୍ଗ କରାଯାଇଥିଲା ।

jittmm
Leave A Reply

Your email address will not be published.