oom

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

କେନ୍ଦ୍ରାପଡା : ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାର ସଂସ୍କୃତି ଭବନରେ ଅପରାହ୍ଣରେ ଅନୁଷ୍ଠିତ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଏବଂ ବିଭିନ୍ନ ଜିଲ୍ଲାରê ଆସିଥିବା ଜିଲ୍ଲା ସଭାପତିମାନେ ମଞ୍ଚାସୀନ ରହି ସଂଘୀୟ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରୀ କମିଟି ପାଇଁ ମନୋନୀତ ସମସ୍ତ ଜିଲ୍ଲାର ସଦସ୍ୟମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସନ୍ଧ୍ୟା ସମୟରେ ଉତ୍କଳ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦାନ କରିଥିଲେ । ସଂଘର ରାଜ୍ୟ ସଭାପତି ଶ୍ରୀ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବିଧାୟକ ଧୃବ ସାହୁ, ବିଧାୟକ ଶଶି ଭୂଷଣ ବେହେରା, କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାନେତ୍ରୀ ଗୀତାଞ୍ଜଳି ସେଠୀ, ପୌରାଧ୍ୟକ୍ଷା ସରିତା ସାହୁ, ସଞ୍ଜୟ ଅଗ୍ରୱାଲଙ୍କ ସମେତ ଜିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ନାଏକ ମଞ୍ଚାସୀନ ରହି ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଭାପତିମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.