ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ

ଜଟଣୀ, (ଦିଲ୍ଲୀପ କୁମାର ଧାଉଡିଆ) : ଜଟଣୀ -ଯାଆଳା ରାସ୍ତାରେ ଅଜଣା ଗାଡି ଧକ୍କା ଦେବା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଲେ ଡେଲାଙ୍ଗ ଥାନା ମୋଟରୀ ଅଙ୍କୋଇ ଅଞ୍ଚଳର ପ୍ରଭାଷ ବେହେରା । ସୂଚନା ଅନୁସାରେ ପ୍ରଭାଷ ଆଜି ସକାଳ ୮ଟାରେ ଘରୁ ବାହାରି ନିଜ ଟମାଣ୍ଡୋ ପଲ କମ୍ପାନୀକୁ ଯାଉଥିବା ବେଳେ ଏକ ଅଜଣା ଗାଡି ଦୃତଗତିରେ ଆସି ଜଟଣୀ ଫାୟାର ଷ୍ଟେସନ ସମ୍ମୁଖରେ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଜଟଣୀ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇଁ ପରିବାର ଲୋକେ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି । ତେବେ ଦୁର୍ଘଟଣା ଘଟାଇ କାର୍‌ଟି ଫେରାର୍ ହୋଇଯାଇଥିବା ବେଳେ ପରିବାର ଲୋକେ ଅଭିଯୁକ୍ତର ସନ୍ଧାନ କରି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଦାବୀ କରିଛନ୍ତି ।

Leave A Reply

Your email address will not be published.