ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦିବାସୀ ମେଳା-୨୦୨୩ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭୁବନେଶ୍ଵର ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୩ର ଶୁଭ ଉଦ୍‌ଘାଟନ କରିଛନ୍ତି । ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୧୨୧ଗୋଟି ଷ୍ଟଲ୍‌ରେ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ତଥା ସଂଗୃହୀତ ସାମଗ୍ରୀ ବିକ୍ରୟ ହେଉଛି । ଏହି ମେଳାର ଅନ୍ୟତମ ପ୍ରମୁଖ ଆକର୍ଷଣ ଭାବରେ ପ୍ରାଚୀନ ଜନଜାତିଙ୍କ ଘରର ମଡେଲ୍ ପ୍ରଦର୍ଶିତ ହୋଇଅଛି । ମେଳାରେ ସନ୍ଧ୍ୟା ୬.୩୦ରୁ ୮.୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ ଜନଜାତି ନୃତ୍ୟ । ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଏସ୍‌ସିଏସ୍‌ଟି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.