କଂଟାବାଂଜି ଥାନାରେ ପୋଲିସ ସମିତି ବୈଠକ

  • ଟ୍ରାଫିକ ଓ ଉଠା ଦୋକାନୀ ଯୋଗୁଁ ଟ୍ରାଫିକ ସମସ୍ୟା ଅଧିକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନାରେ ସୋମବାର ସଂଧ୍ୟାରେ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସାମାଜିକ କର୍ମୀ, ସାମ୍ବାଦିକ, ବୁଦ୍ଧିଜୀବୀ, ଆଇନଜୀବୀ ସହ ବ୍ୟକ୍ତି ବିଶେଷ ସାମିଲ ଥିଲେ । କଂଟାବାଂଜିର ମୁଖ୍ୟ ସମସ୍ୟା ମଧ୍ୟରେ ଇନ୍ଦିରା ଛକ, ଶାସ୍ତ୍ରୀ ଛକ, ଭଜନ ଛକ, ମହିଳା ମହାବିଦ୍ୟାଳୟ ରାସ୍ତା ଏବଂ ରେଳ ଅଣ୍ଡର ବ୍ରିଜ ଅଂଚଳରେ ଟ୍ରାଫିକ ସମସ୍ୟା ସହ ଅନ୍ୟାନ୍ୟ ଗାଡି ପାର୍କିଂ ଏବଂ ଉଠା ଦୋକାନୀଙ୍କ ବେଆଇନ ରାସ୍ତା ଅବରୋଧ ଉପରେ ଆଲୋଚନା କରାଯାଇଥିଲା । ଏପରିକି କଂଟାବାଂଜି ସହର ଏକ ବ୍ୟସ୍ତ ବହୁଳ ସହର ହୋଇଥିବାରୁ ପ୍ରତ୍ୟେକ ବ୍ୟାଙ୍କ, ସାପ୍ତାହିକ ବଜାର ରାସ୍ତା, ଶିଶୁ ମନ୍ଦିର ରାସ୍ତା, ଝରବାହାଲିଆ ଛକ ଅଂଚଳରେ ହେଉଥିବା ଗାଡି ମଟର ପାର୍କିଂ ସମସ୍ୟା ଉପରେ ସମାଧାନ ପାଇଁ ମତାମତ ଦିଆଯାଇଥିଲା । ସ୍ଥାନୀୟ ପୋଲିସ ଡିଏସପି ଲକ୍ଷ୍ମୀନାରାୟଣ ମାରାଣ୍ଡି ଏବଂ ଥାନା ଆଇଆଇସି ରଶ୍ମିତା ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସମସ୍ତ ପୋଲିସ ଏଏସଆଇ ସବ୍‌ ଇନ୍ସପେକ୍ଟର ସହ ପୋଲିସ ସମିତିର ସଭ୍ୟ ରସିଆନନ୍ଦ ରାଏ, ଗଫାର ପରମାର, ପ୍ୟାରେ ଜାଙ୍ଗଡା, ବିଦେଶୀ ବେହେରା, ଚିନ୍ମୟ ଯୋଷୀ, ଦେବାର ବାରିକ, ଅରୁଣ ବାଗ, ପ୍ରଦୀପ ବାଗ, ଶେଷ ପୁଟେଲ, ମନୋଜ ଶର୍ମା, ଗୁରୁଦୟାଲ ହଂସ, ଜୀବନାନନ୍ଦ ମହାନ୍ତି, ପୁଷ୍ପକେତୁ ବେହେରା, ପରମାନନ୍ଦ ହାତୀ, ଜଗବନ୍ଧୁ ଭରାସଗରିଆ, ଅନିଲ ରୁବି ଅଗ୍ରୱାଲ ସହ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.