ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ “ଘର ହିଁ ବିଦ୍ୟାଳୟ”ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ଏବଂ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାବିତ ରାମଚନ୍ଦ୍ର ପଟେଲ ଯୋଗ ଦେଇ “ଭାରତୀୟ ଶିକ୍ଷାରେ ଭାରତୀୟ ଓ ପାଶ୍ଚାତ୍ୟ ସଂକଳ୍ପନା” ସମ୍ପର୍କରେ ଆଲୋଚନା କରି ଅଭିଭାବକ ଅଭିଭାବିକାଙ୍କର ଶିଶୁମାନଙ୍କ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ଶିଶୁବାଟିକା ପ୍ରମୁଖ ରଞ୍ଜୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଶିଶୁମାନଙ୍କ ଦ୍ୱାରା ମାଙ୍କଡ଼ ଓ ଟୋପିବାଲା ଗଳ୍ପର ଅଭିନୟ ଖୁବ ସୁନ୍ଦର ହୋଇଥିଲା ।

Leave A Reply

Your email address will not be published.