ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନର ନବୀକରଣ ଓ ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ସ୍ଥିତ କୋଶଳ କଳାମଣ୍ଡଳ ପଡିଆ ପରିସରରେ ଜିଲ୍ଲା ସଂସ୍କୃତି ଭବନର ନବୀକରଣ ଓ ଶୁଭ ଲୋକାର୍ପଣ ସମାରୋହ ଓଡିଶାର ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରୋହିତ ପୂଜାରୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପୌରୋହିତ୍ୟରେ ଏହି ଶୁଭ ଲୋକାର୍ପଣ ସମାରୋହରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଉଦ୍‌ଘାଟନ ପରେ ଅତିଥି ବୃନ୍ଦ ସଂସ୍କୃତି ଭବନରେ ତଳ ମହଲାରେ ଥିବା ଜିଲ୍ଲା ପାଠାଗାର ଓ ଉପର ମହଲାର ସଂସ୍କୃତି ଭବନ ତଥା ସଭା କକ୍ଷକୁ ବୁଲି ଦେଖିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଅତିଥିମାନଙ୍କୁ ସ୍ଵାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନରେନ୍ଦ୍ର ଘଡେଇ, ଉପନିର୍ବାହୀ ଯନ୍ତ୍ରୀ ବିଜନ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ସଂସ୍କୃତି ପରିଷଦର ସଦସ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.