ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା ଗ୍ରସ୍ତ : ୩ ଆହତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ମୁଖ୍ୟ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ କାର୍‌ ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ୩ ଗଡ଼ା ଓଲଟି ପଡ଼ିଥିଲା । ଏହାପରେ କାର୍‌ଟି ଏକ ପଣସ ଗଛରେ ଝୁଲି ରହିଥିଲା । ଦୁର୍ଘଟଣାରେ କାର୍‌ ଚାଳକ ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । କାର୍‌ ଚାଳକ ହେଉଛନ୍ତି କେନ୍ଦ୍ରାପଡ଼ାର ଅମନ କୁମାର । ଅନ୍ୟ ୨ ଆହତଙ୍କ ପରିଚୟ ମିଳିପାରିନାହିଁ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଭରତପୁର ଥାନା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

error: Content is protected !!