csstore

‘କୋଶଳ ପ୍ରବାହ’ର ପ୍ରଭାବ : ଭତ୍ତା ହିତାଧିକାରୀମାନଙ୍କ ଅଟକି ରହିଥିବା ଭତ୍ତା ମିଳିଲା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁର ଭତ୍ତା ହିତାଧିକାରୀମାନଙ୍କ ଅନେକ ମାସ ଧରି ଭତ୍ତା ଅଟକି ରହିଥିବା ଖବର ‘କୋଶଳ ପ୍ରବାହ’ରେ ପ୍ରକାଶ ପାଇଥିବା ବେଳେ ଏହାର ପ୍ରଭାବ ଯୋଗୁଁ ଭତ୍ତା ହିତାଧିକାରୀ ଭତ୍ତା ପାଇ ଖୁସି ହେଲେ । ସୂଚନା ଯୋଗ୍ୟ ଯେ, ଏ ବିଷୟ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲଙ୍କୁ ଦାବୀପତ୍ର ଦେଇଥିଲେ । ଶ୍ରୀ ସାମଲ ଭତ୍ତା ହିତାଧିକାରୀମାନଙ୍କୁ ଟିକି ନିକି ଭାବେ ପଚରାଉଚରା କରି ହିତାଧିକାରୀମାନଙ୍କର ପାସ୍ ବହି ସବୁ ଚେକ୍ କରି ଦେଖିବାକୁ ଏଏସ୍‌ଓଙ୍କୁ କହିଥିଲେ । ଏଏସ୍‌ଓ ହିତାଧିକାରୀମାନଙ୍କ ପାସ୍ ବହି ଚେକ୍ କରି ପଡ଼ିଥିବା ରାଶି ବିଷୟରେ ହିତାଧିକାରୀମାନଙ୍କୁ ବୁଝାଇ କହିଥିଲେ ।

jayashree
Leave A Reply

Your email address will not be published.