ବନ ବିଭାଗ ପକ୍ଷରୁ କାଠ ସାମଗ୍ରୀ ଜବତ

ଦେଓଗାଁ, (କେପିଏନ୍‌ଏସ୍‌) : ଆଜି ଦେଓଗାଁ ରେଞ୍ଜର କର୍ମଚାରୀମାନେ ଦେଓଗାଁ ବିଭାଗର କନ୍ଦାମୁଣ୍ଡା ଗ୍ରାମ ନିକଟରେ ୧୬ଟି ଶାଗୁଆନ ସାଇଜ, ୬ଟି ନିମ୍ବ ସାଇଜ୍ ଏବଂ ୬ଟି ଶାଗୁଆନ ସାଇଜ୍ ଜବତ କରିଥିବା ଜଣାପଡିଛି । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ଏନେଇ ଅଧିକ ଅନୁସନ୍ଧାନ ଚାଲିଥିବା ବେଳେ ଏହି ଚଢାଉରେ ପିଙ୍କୁ ଭୋଇ, ଫରେଷ୍ଟର, ବିପିନ କୁମାର ଭୋଇ, ଫୋରେଷ୍ଟ ଗାର୍ଡ ଏବଂ ଦେଓଗାଁ ରେଞ୍ଜର ପାରା ଷ୍ଟାଫ୍, ରେଞ୍ଜ ଅଫିସର ଆଲୋକ କୁମାର ମାଝୀଙ୍କ ମାର୍ଗଦର୍ଶନ ଅନୁଯାୟୀ ଏହି ଚଢ଼ାଉ କରିଥିଲେ ।

Leave A Reply

Your email address will not be published.