oom

୧୯ତମ ଏସ୍‌ଆର୍‌ସିସିଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsmm
  • ମାକ୍ରୀ ଦଳ ବିଜୟୀ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡ଼ା ପଞ୍ଚାୟତ ସ୍ଥାନୀୟ ରେଙ୍ଗାଲୀ ହାଇସ୍କୁଲ ପଡିଆ ଠାରେ ୧୯ତମ ଏସ୍‌ଆର୍‌ସିସିଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । କମିଟି ସଭାପତି ଶ୍ରୀକାନ୍ତ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଗଣ୍ଡପତ୍ରାପାଲି ସରପଞ୍ଚ ମନେଷ ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଯୁଗଲାଲ ମାଝୀ, ସମିତି ସଭ୍ୟ ଚାନ୍ଦୁଲାଲ ଭୋଇ, ସମାଜସେବୀ ସାମୁଏଲ ନନ୍ଦ, ସମାଜସେବୀ ବୁଲୁ ବେହେରା, ସାମ୍ୱାଦିକ ଅଜିତ କୁମାର ସାହୁ, ଅବିନାଶ ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା ବେଳେ ଫାଇନାଲ୍‌ ଖେଳ ଧରବଗଡ଼ ଓ ମାକ୍ରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମାକ୍ରୀ ଦଳ ବିଜେତା ହୋଇ ଟ୍ରଫି ସହ ୧୦,୦୦୦ ପୁରସ୍କାର ରାଶି ପାଇଥିବା ବେଳେ ଧରପଗଡ଼ ଦଳ ଉପବିଜେତା ହୋଇ ୫୦୦୦ ଟଙ୍କା ରାଶି ଓ ପୁରସ୍କାର ପାଇଥିଲେ । ରାଧାକାନ୍ତ ବାଗ ଓ ସଞ୍ଜୟ ଭୋଇ ଖେଳ ପରିଚାଲାନା କରିଥିବା ବେଳେ ଡାକେଶ ବାଗ ଓ ନିରୋଦ ନାଗ ସ୍କୋର ଦାୟିତ୍ଵ ତୁଳାଇଥିଲେ । ଖେତ୍ରପତି ଜାଲ, ଯୁଗଲାଲ ନାଗ ଓ କାର୍ତ୍ତିକ ନାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ସୁନୀଲ ଭୋଇ, ସୌରଭ ଗହିର, କୁନା ବାଗ, ପୀୟୁଷ ବାଗ, ଟୁନୁ ବାଗ, ପଣ୍ଡିତ ବାଗ, ଅମିତ ବାଗ, ଲଖେଶ୍ୱର ନାଗ, ବିକାଶ ବାଗ, ଲାଲା ମାଝୀ, ଅମିତ ବାଗ, ପୃଥୀ ନାଗ, ପ୍ରେମ ବାଗ ଓ ଆଲୋକ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.