csstore

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଯାଇଛି । ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା, ଜି ଶ୍ରୀନିବାସ ରାଓ, ପଦ୍ମ ପାଙ୍ଗି ପ୍ରମୁଖ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ରହି ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାର ଉଦ୍‌ଯାପିତ ଦିବସ ରୂପେ କଂଗ୍ରେସ ପତାକା ଉତ୍ତୋଳନ କରିଥିଲେ । ସେହିପରି ମାଲକାନଗିରି ଜିଲ୍ଲା ମାଥିଲି ଗାନ୍ଧୀ ଛକଠାରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଛି । ପ୍ରଥମେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥିରେ ସମାଜସେବୀ ସ୍ମୃତିରଞ୍ଜନ, ବରିଷ୍ଠ ନାଗରିକ ଅବଦୁଲ ଗାଫର, ପୂର୍ବତନ ସରପଞ୍ଚ ଗୌରୀ ବଟେ, ଚେଡେଙ୍ଗା ସମିତି ସଭ୍ୟ ଡୋମୁ ପେରମା, ମାଥିଲି ସମିତି ସଭ୍ୟ ବାଲାରଜୁ କୋପେ, ଏମିତି. ଆକବର, କେ. ଶିବ, ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ । ସେହିପରି ବ୍ଲକ କାର୍ଯ୍ୟାଳୟରେ ବିଡିଓ ହୃଷିକେଶ ଗଣ୍ଡ ଓ କର୍ମଚାରୀ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିବା ସ୍ଥଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ କାନାମ ରାଜୁ ନାୟକ ଓ ପିଇଓ. ଅଶୋକ କୁମାର ମହାରଣା ପୁଷ୍ପମାଲ୍ୟ ଦେଇ ସ୍ମୃତିଚାରଣ କରିଛନ୍ତି ।

jayashree
Leave A Reply

Your email address will not be published.