centurian jitm

ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସରେ ଜାତୀୟ କୁଷ୍ଠ ରୋଗ ନିରାକରଣ ପାଇଁ ଶପଥ ପାଠ

nschool

ବଲାଙ୍ଗିର (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀନଗରର ପ୍ରକୋଷ୍ଠ ମଧ୍ୟରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଜାତୀୟ କୁଷ୍ଠ ରୋଗ ନିରାକରଣ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ ପ୍ରଦତ୍ତ କୁଷ୍ଠ ରୋଗ ନିରାକରଣ ପାଇଁ ଶପଥ ପାଠ ସମାରୋହ ପାଳନ କରାଯାଇଥିଲା ।
ଉକ୍ତ ସମାରୋହରେ ବଲାଙ୍ଗିର ଜିଲ୍ଲା କୁଷ୍ଠ ରୋଗ କ୍ଷେତ୍ରରେ କାର୍ଯ୍ୟରତ ନୋଡାଲ ଅଫିସର ବିରେନ୍ଦ୍ର ମାହାଣା, ଡା. ଆଶିଷ ବିଶ୍ୱାସ, ପିସ ଊନୀସନ ନିର୍ଦ୍ଧେଶକ, ଚେୟାରମେନ ସତ୍ୟରଞ୍ଜନ ମିଶ୍ର, ରବି ରଞ୍ଜନ ପୂଜାରୀ ଯୋଗ ଦେଇ ଜାତୀୟ କୁଷ୍ଠ ରୋଗ ପାଇଁ ଆମମାନଙ୍କ ମିଳିତ ସହଯୋଗ ଓ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସ୍ୱୀକୃତିପ୍ରାପ୍ତ ଔଷଧକୁ ରୋଗାଗ୍ରସ୍ତ ବ୍ୟକ୍ତି ନିୟମିତ ଖାଇବାକୁ ପରାମର୍ଶ ତଥା କୁଷ୍ଠ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଘୃଣା ନକରି, ଏମାନଙ୍କୁ ସାମାଜିକ ନ୍ୟାୟ ଓ ସଦଭାବନାରେ ଆପଣାଇବା ପାଇଁ ଉପସ୍ଥିତ ସମସ୍ତ ଆଶା ମା’, ଏଏନ୍‌ଏମ୍‌ ଦିଦି, ଅନୁଷ୍ଠାନର ସଭ୍ୟ ସଭ୍ୟାଙ୍କୁ ଉଦ୍‌ବୋଧନ ତଥା କୁଷ୍ଠରୋଗକୁ ସମୂଳେ ନିରାକରଣ ପାଇଁ ଜିଲ୍ଲାପାଳଙ୍କ ଲିଖିତ ଶପଥ ପାଠ ପତ୍ରକୁ ସାମୁହିକ ପଠନ କରାଯାଇଥିଲା ।

Leave A Reply

Your email address will not be published.