jsm

ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମାପନ

csstore

ମ.ରାମପୁର, (ହେମନ୍ତ ସାହୁ) : ରାହୁଲ ଗାନ୍ଧୀ ଗତ ପ୍ରାୟ ୫ ମାସରୁ ଅଧିକ ହେଲା ତାଙ୍କ ଭାରତ ଯୋଡ କାର୍ଯ୍ୟକ୍ରମ କରି ପଦଯାତ୍ରା ଆରମ୍ଭ କରିଥିଲେ । ଏହି ପଦଯାତ୍ରା କନ୍ୟାକୁମାରୀଠାରୁ ଆରମ୍ଭ କରି ଆଜି ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସରେ କାଶ୍ମୀରରେ ପହଞ୍ଚି ତ୍ରିରଙ୍ଗା ପତାକା ଉତ୍ତୋଳନ କରି ସମାପନ କରିଛନ୍ତି । ଏହି ଅବସରରେ କଂଗ୍ରେସ ଦଳ ଆଜି ତ୍ରିରଙ୍ଗା ପତାକା ଉଡ଼ାଇ ଭାରତ ଯୋଡ ଯାତ୍ରାର ସମାପନ କରିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କଂଗ୍ରେସ ତରଫରୁ ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ନେତୃତ୍ୱରେ ମହାତ୍ମାଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ତିରୋଧାନ ଦିବସ ପାଳନ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରି ଭାରତ ଯୋଡ ପଦଯାତ୍ରାର ସମାପନ ଉତ୍ସବ ପାଳନ କରିଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଜିଲ୍ଲା ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ଚମରା ବଗର୍ତ୍ତୀ, ପ୍ରକାଶ ମାଝୀ, ପ୍ରଭାକର ନାଗ, ରଶ୍ମିରଞ୍ଜନ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.