jsm

ରେଙ୍ଗାଲି ପଂଚାୟତସ୍ତରୀୟ କ୍ରୀଡା ମହୋତ୍ସବ ଉଦ୍‌ଘାଟିତ

csstore

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଂଚାୟତରେ ପଂଚାୟତସ୍ତରୀୟ କ୍ରୀଡା ମହୋତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ହରିଶଙ୍କର ହାଇସ୍କୁଲ ଖେଲ ପଡିଆଠାରେ ଆୟୋଜିତ ଏହି କ୍ରୀଡା ମହୋତ୍ସବକୁ ଖପ୍ରାଖୋଲ ବିଡିଓ ରଶ୍ଚିରଞ୍ଜନ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ଅବସରରେ ରେଙ୍ଗାଲି ଗ୍ରାମର ସମଲେଇ ମନ୍ଦିରରୁ ଏକ ମସାଲ ଶୋଭାଯାତ୍ରା ବାହାରିଥିଲା । ଏଥିରେ ଛାତ୍ରଛାତ୍ରୀ, ଆଶା, ଅଙ୍ଗନୱାଡି ଗାଁ ସାଥୀ, ମିଶନ ଶକ୍ତି ଏସ୍‌ଏସ୍‌ଜି ମହିଳାଙ୍କ ସହିତ ଗ୍ରାମବାସୀ ସାମିଲ ହୋଇଥିଲେ । ରେଙ୍ଗାଲି ସରପଂଚ ଉମାକାନ୍ତ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଖପ୍ରାଖୋଲ ପଂଚାୟତ ସମିତି ଉପାଧ୍ୟକ୍ଷ ସୁଖିରାମ ଷାଣ୍ଢ, ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ମେହେର, ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାଶ, ସାମ୍ବାଦିକ କ୍ରୀଷ୍ଣା ସେଠୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସତ୍ୟନାରାୟଣ ମେହେର, ସମିତି ସଭ୍ୟ ବନବାସ ମାଝୀ, ରେଙ୍ଗାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଇଶ୍ୱର ବେହେରା, ଗ୍ରାମର ଗୌନ୍ତିଆ ବଳ ଧରୁଆ, ବୈରାଗୀ ପୁଞ୍ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କ୍ରୀଡା ପ୍ରତିଯୋଗିତା ଦ୍ୱାରା ବ୍ୟକ୍ତିର ବୌଦ୍ଧିକ ଏବଂ ଶାରିରୀକ ବିକାଶ ହେବା ସହିତ ଏହା ମଣିଷକୁ ଶୃଙ୍ଖଳା, ଧୈର୍ଯ୍ୟ ଏବଂ ସହନଶୀଳତା ଶିକ୍ଷା ଦେଇଥାଏ ବୋଲି ମଂଚାସୀନ ଅତିଥିମାନେ ମତପ୍ରକାଶ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ମଧୁ ସାହୁ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ଯୁବ ସଂଗଠକ ଜଳନ୍ଧର ବେହେରା ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ୧୦୦ମିଟର, ୨୦୦ ମିଟର ଦୌଡ ସହିତ କୁଇଜ, ଚିତ୍ରାଙ୍କନ, କବିତା ଆବୃତି, ସଂଗୀତ, ନୃତ୍ୟ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ପଂଚାୟତର ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଶିକ୍ଷାବିତ୍‌ ମାଧବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.