jayashree

ଜିଲ୍ଲାରେ କନ୍ୟା ଲିଙ୍ଗ ହାର ଅନୁପାତ ବୃଦ୍ଧି ପାଇଁ ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପିସି-ପିଏନ୍‌ଡିଟି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ପ୍ରାଧିକରଣ, ପିସିଏଣ୍ଡପିଏନ୍‌ଡିଟି ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅଦ୍ୟ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଜିଲ୍ଲାରେ କନ୍ୟା ଲିଙ୍ଗ ହାର ଅନୁପାତ ନୈରାଶ୍ୟ ଜନକ ଥିବାରୁ ଉଦ୍‌ବେଗ ପ୍ରକାଶ କରିବା ସହ ଏହାର ବୃଦ୍ଧି ନିମନ୍ତେ ବିଶେଷ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ ବୈଠକରେ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କୁ ଜିଲ୍ଲାର ଏହି କନ୍ୟା ଲିଙ୍ଗ ହାର କମ୍‌ର କାରଣ ସାତ ଦିନ ମଧ୍ୟରେ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେବା ସହିତ ଆସନ୍ତା ସାତ ଦିନ ପରେ ପୁନଶ୍ଚ ଏକ ସ୍ୱତନ୍ତ୍ର ବୈଠକରେ କାରଣର ବିଶେଷ ଉପସ୍ଥାପନା ପାଇଁ ପରାମର୍ଶ ଦେଇଛନ୍ତି । ବୈଠକରେ ସିଡିଏମ୍ ଏବଂ ପିଏଚ୍‌ଓ ଡ. ବିଶ୍ୱରଂଜନ ପତି ସୁବର୍ଣ୍ଣପୁର, ଡକ୍ଟର ଦୈତ୍ୟ ନାରାୟଣ ପାଢ଼ୀ ଏଡିପିଏଚ୍‌ଓ (ଏଫ୍‌ଡବ୍ଲୁ ), ଏକ୍ସ ସିଡିଏମ୍‌ଓ ଡକ୍ଟର ଶାନ୍ତି ମଞ୍ଜରୀ ମିଶ୍ର, ଡକ୍ଟର ପ୍ରକାଶ ଦଣ୍ଡସେନା, ଡକ୍ଟର ନାରାୟଣ ମେହେର, ଡକ୍ଟର ନରେନ୍ଦ୍ର ମେହେର, ସାମ୍ବାଦିକ ସ୍ୱାଧୀନ ମେହେର, ସରକାରୀ ଓକିଲ ଅଟଳ ବିହାରୀ ମହାପାତ୍ର, ଅଶ୍ୱିନୀ କୁମାର ଭୋଇ ଡିଆଇପିଆର୍‌ଓ, ଶ୍ରୀମତୀ ରଞ୍ଜୁବାଲା ଦାଶ, ଡିଏସ୍‌ଡବ୍ଲୁ, ବିଶ୍ୱ ରଞ୍ଜନ ବେହେରା, ଡିପିଏମ, ଏନ୍ଏଚ୍ଏମ୍, ରାକେଶ ପ୍ରଧାନ, ଡିସି ବାଲ୍ୟ ବିବାହ ପ୍ରତିରୋଧ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । ଆସିଷ୍ଟାଣ୍ଟ ମ୍ୟାନେଜର ଏଲ୍‌ଏଏଣ୍ଡଆଇ ଏସ୍‌ ଶ୍ରୀମତୀ ଶୋଭାନା ଦାଶ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଗ୍ରାମସ୍ତରରେ ଅଧିକ ସଚେତନତା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ଯେକୌଣସି ପିସି ଏଣ୍ଡ ପି ଏନ ଡି ଟି ସମ୍ବନ୍ଧୀୟ ପ୍ରସଙ୍ଗ ପାଇଁ ଚାଇଲ୍ଡ ଲାଇନ୍ ନମ୍ବର ୧୦୮ ଟୋଲ୍ ଫ୍ରି ନମ୍ବର ଭାବରେ ବ୍ୟବହାର କରାଯାଇପାରିବ । ଜନସାଧାରଣଙ୍କ ନିମନ୍ତେ ଯୋଗ୍ୟ ସୂଚନା ପ୍ରଦାନ ନିମନ୍ତେ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି । ଜିଲ୍ଲାରେ ପଞ୍ଜୀକୃତ ହୋଇନଥିବା ୟୁଏସ୍‌ଜି କେନ୍ଦ୍ରଗୁଡ଼ିକ ବିଷୟରେ ସୂଚନା ପ୍ରଦାନ ଦିଗରେ ସୂଚନାଦାତାଙ୍କୁ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦିଆଯିବ । ସୂଚନାଦାତାଙ୍କୁ ତିନୋଟି କିସ୍ତିରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ପ୍ରଥମ କିସ୍ତି ୫,୦୦୦ ଟଙ୍କା ସଫଳ ସୂଚନା ପରେ, ୨ୟ କିସ୍ତି ୧୦,୦୦୦ ଟଙ୍କା ୩ୟ କିସ୍ତିରେ ଯାଞ୍ଚ ପରିଚାଳନାରେ ସହଯୋଗ ପାଇଁ ୧୦,୦୦୦ ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.