କୁଲତା ଯୁବ ସାମୁଖ୍ୟର କର୍ମକର୍ତ୍ତା ନିର୍ବାଚନ ସଭା ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ କୁଲତା ଯୁବ ସାମୁଖ୍ୟର କର୍ମକର୍ତ୍ତା ନିର୍ବାଚନ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ଭିମସେନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର କୁଲତା ସମାଜର କେନ୍ଦ୍ରୀୟ ସଭାପତି ବେଲାରସିଂ ଭୋଇ ଓ ଟଙ୍କଧର ଗଡତ୍ୟା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମକରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଭିମସେନ ବିଶ୍ୱାଳଙ୍କୁ ସଭାପତି ଓ ପ୍ରେମାନନ୍ଦ ସାହୁଙ୍କୁ ଉପସଭାପତି, ଗୋପାଳ ସାହୁ ସଂପାଦକ, ପ୍ରମୋଦ ସାହୁ ସହସଂପାଦକ, କୋଷାଧ୍ୟକ୍ଷ ଭାବେ ସୁଯୋଗ ପଧାନଙ୍କୁ ଚୟନ କରାଯାଇଥିଲା । ଉପଦେଷ୍ଟା ଭାବରେ ବିରଞ୍ଚି ଭୋଇ, ଦଳଗଞ୍ଜନ ସାହୁ, ଗୋଲକ ବାରିକ, ନରସିଂହ ପଧାନ, ଦିବାକର ବିଶ୍ୱାଳଙ୍କୁ ଚୟନ କରାଯାଇଥିଲା । କାର୍ଯ୍ୟକର୍ତ୍ତା ଭାବରେ ଶାନ୍ତନୁ କୁମାର ବୁଧିଆ, ସନ୍ତୋଷ ପଧାନ, ରାଧେଶ୍ୟାମ ଖମାରୀ, ଶିବ ନାଏକ, ଅଶୋକ ପଧାନ, ଚିନ୍ତାମଣି ସାହୁ, ସୁଶାନ୍ତ କୁମାର ସାହୁଙ୍କୁ ଚୟନ କରାଯାଇଥିଲା । କୃପାସିନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.