ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସାମିଲ କରାଯିବା ପାଇଁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସାମିଲ କରାଯିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗଙ୍କ ନେତୃତ୍ୱରେ ବଲାଙ୍ଗିର ସଦର ବ୍ଲକର ସମିତି ସଦସ୍ୟ ସଦସ୍ୟା, ସରପଂଚ, ଜିଲ୍ଲା ପରିଷଦ ସଦସ୍ୟା ଓ ଲୋକ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସାମିଲ କରାଯିବା ଉଦ୍ଦେଶ୍ୟରେ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଉଚିତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାନଗଲେ ଆଗାମୀ ସମୟରେ ଜୋର୍‌ସୋର୍‌ ଆନ୍ଦୋଳନ ହେବ ବୋଲି କୁହାଯାଇଛି । ଏଥିପାଇଁ ବଲାଙ୍ଗିର ସଦର ବ୍ଲକ ବିଡିଓଙ୍କୁ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.