jsm

ପଦ୍ମପୁରରେ ମିଲେଟ ଶକ୍ତି ନିଉଟ୍ରି ସେଣ୍ଟର ଉଦ୍‌ଘାଟିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟ ନିକଟରେ ଓଡିଶା ମିଲେଟ ମିଶନ ସାହାଯ୍ୟରେ ମିଲେଟ ଶକ୍ତି ନିଉଟ୍ରି ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଏହି ସେଣ୍ଟରକୁ ଅନୁଷ୍ଠାନିକ ଭାବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟିକା ବର୍ଷା ରାଣୀ ସିଂ ବରିହା ଉଦ୍‌ଘାଟନ କରିଥିଲେ । ଏହି ସେଣ୍ଟରରେ ମାଣ୍ଡିଆ, ଗୁର୍ଜି ଓ କୋଦ ଜାତୀୟ ଶସ୍ୟରେ ତିଆରି ଖାଦ୍ୟକୁ ପୁନଃ ପ୍ରଚାର ପ୍ରସାର କରି ଏହି ଖାଦ୍ୟ ଯେପରି ସର୍ବ ସାଧାରଣରେ ଆଦୃତ ହେବ ଓ ଗ୍ରାମାଞ୍ଚଳରେ ପୁଣି ସହରାଞ୍ଚଳରେ ବହୁଳ ଭାବରେ ବ୍ୟବହାର ହୋଇପାରିବ ଏହି ମିଶନର ଲକ୍ଷ୍ୟ ଅଟେ ।ଏହି ସେଣ୍ଟରକୁ ମା’ ଦୁର୍ଗା ସ୍ୱୟଂ ସହାୟିକା ପଦ୍ମପୁର ସଭାନେତ୍ରୀ ଅନୁପମା ପ୍ରଧାନ, ସମ୍ପାଦିକା ଜାନକୀ ପ୍ରଧାନ ଓ ପଦ୍ମପୁର ତ୍ରିରଙ୍ଗା ଯୁବକ ସଙ୍ଘ ପରିଚାଳନା କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ସୁଧାକର କୁମ୍ଭାର, ଏନ୍‌ଏସି ଚେୟାରମ୍ୟାନ ଶ୍ରୀମତୀ ସାବିତ୍ରୀ ବାଗ, ଭାଇସ ଚେୟାରମ୍ୟାନ ଶ୍ରୀମତୀ ଭାରତୀ ପଟ୍ଟନାୟକ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ସଂଯୋଜକ ଚନ୍ଦାମିତ୍ର ମିଶ୍ର, ଏଡିଓ ଅମୀୟ କୁମାର ସାହୁ, ସିଡ଼ିପିଓ ସୁନୀତି ଦେବତା, ତ୍ରିରଙ୍ଗା ଯୁବକ ସଙ୍ଘ ସଭାପତି ହୃଦାନନ୍ଦ ନାୟକ ଓଡିଶା ମିଲେଟ ମିଶନ ସଂଯୋଜକ ତୁଲେଶ୍ୱର ବୈକାର ସହ ସଂଯୋଜକ ତରଣୀସେନ ଦ୍ୱାରି, ଡିପିସି ସବ୍ୟସାଚୀ ହନୁମାନ, ଡିପିସି ନାରାୟଣ ପାଣିଗ୍ରାହୀ, ସମଜସେବୀ ନିରୋଜ ଦୋରା ବରିଷ୍ଠ ଆଇନଜୀବୀ ଅଜିତ ଶତପଥୀ ଓ ଶିବରାମ ବୈକାର ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.