ଭାରସାମ୍ୟ ହରାଇ ଓଲଟିଲା ବସ୍

କେନ୍ଦ୍ରାପଡ଼ା : ରାଜକନିକା ଗଞ୍ଜାଘାଟ ନିକଟରେ ଭାରସାମ୍ୟ ହରାଇ ଯାତ୍ରାବାହୀ ବସ ‘ଦୟାଲ’ ଓଲଟି ପଡିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଦୟାଲ ନାମକ ଏକ ଘରୋଇ ବସ୍ ଚାନ୍ଦବାଲିରୁ ୩୬ ଜଣ ଶ୍ରମିକଙ୍କୁ ନେଇ ଆଳି ଆସୁଥିଲା । ଗଞ୍ଜାଘାଟ ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା କଡକୁ ଓଲଟି ପଡିଥିଲା । ଏଥିରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.