ସହଯୋଗର ହାତ ବଢାଇଲା ଜୁନିଅର ରେଡକ୍ରସ ୟୁନିଟ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସମାଜରେ ଅବହେଳିତ ପରିବାର ଖରା, ବର୍ଷା ଏବଂ ଶୀତରୁ ଅସୁରକ୍ଷିତ ହୋଇଥାଏ । ନିଜ ନିଜର ମୌଳିକ ଆବଶ୍ୟକତା ପୂରଣ କରିବାରେ ଅକ୍ଷମ ହୋଇଥାଏ । ସେମାନଙ୍କୁ ମାନବୀୟ ସେବା ଯେଗାଇଦେବାର ସମୟ ଆସିଛି । ଏ କଥାକୁ ଲକ୍ଷ୍ୟ କରି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ଗରିବ ଏବଂ ଅସହାୟ ବ୍ୟକ୍ତି ବିଶେଷଙ୍କୁ ଶୀତରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ କମ୍ବଳ ଯୋଗଇ ସହଯୋଗର ହାତ ବଢାଯାଇଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ତତ୍ୱାବଧାନରେ ବୁଧବାର ଦିନ ମାୟାବର୍ହା ହାଇସ୍କୁଲ, ପଣ୍ଡକିଟାଲ ଅପର ପ୍ରାଇମେରେୀ ସ୍କୁଲ, ବାଙ୍କିପାଲି, ବଡକର୍ଲ୍ଲେ, ରାମପୁର ବାଳକ, ରାମପୁର ବାଳିକା ଡୁଙ୍ଗୁରିପାଲି ବାଳକ, ରାଧାକୃଷ୍ଣ ବାଳିକା ହାଇସ୍କୁଲ, ଡୁଙ୍ଗୁରିପାଲି ଶିଶୁ ବିଦ୍ୟାମନ୍ଦିର, ତମାମୁରା ହାଇସ୍କୁଲ, ସହଲା ଆଦିବାସୀ ହାଇସ୍କୁଲ ସମେତ ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ଆର୍ôଥକ ଅନଗ୍ରସର ପରିବାର, ଅସହାୟ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ଭାରତୀୟ ରେଡକ୍ରସ ତରଫରୁ ଆସିଥିବା କମ୍ବଳକୁ ବଂଟନ କରାଯାଇଛି । ଏଥି ସହିତ କରୋନା ଲଢେଇର ଅସଲ ଅସ୍ତ୍ର ହାତଧୋଇବାର ସଠିକ ଉପାୟ, ସାମାଜିକ ଦୂରତା ପାଳନ ଭଳି ବିଭିନ୍ନ ବିଷୟରେ ସମସ୍ତ ହିତାଧିକାରୀ ମାନଙ୍କୁ ଜୁନିଅର ରେଡକ୍ରସର ଛାତ୍ରଛାତ୍ରୀ ଏବଂ ପରାମର୍ଶଦାତାମାନେ ବୁଝାଇଥିଲେ । ଡୁଙ୍ଗୁରିପାଲି ବ୍ଲକ ବିସିସି ନିମାଇ ମଲ୍ଲୀକ, ସାଧନକର୍ମୀ ହୃଷିକେଶ ଡାଙ୍ଗ, ଅନୁପ୍ରୀୟା ମିଶ୍ର, ରକ୍ଷକ ସାଧନକର୍ମୀ ତପସ୍ୱିନୀ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବିଦ୍ୟାଳୟର ଜୁନିଅର ରେଡକ୍ରସ ୟୁନିଟ ତରଫରୁ କିଭଳି ଗୋଷ୍ଠୀ ସହଭାଗିତାରେ ମାନବୀୟ ସେବାକୁ ପ୍ରସାରିତ କରାଯିବ ତାର ଅଣୁସ୍ତରୀୟ ଯୋଜନା କରାଯାଇଥିବା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଏଡିଓ ରାଧାକାନ୍ତ ଗଡତିଆ, ଏଡିଇଓ ମଞ୍ଜୁଲତା ଭୋଇ ପ୍ରମୁଖ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଅତିଥି ଭାବରେ ସୋନପୁର ଡାଏଟ ପ୍ରିନସିପାଲ ଡ. ପ୍ରଶନ୍ନ ସାହୁ, ଟିଚର ଏଡୁକେଟର ଅକ୍ଷୟ ବେରିହା, ଏବିଇଓ ବଟକୃଷ୍ଣ ପାଢୀ, ଡୁଙ୍ଗୁରିପାଲି ହସପିଟାଲର ଡା. ଶେଷଦେବ ଥନାପତି, ଡୁଙ୍ଗୁରିପାଲି +୨ ମହାବିଦ୍ୟାଳୟର ଲେକଚେରର୍‌ ଲକ୍ଷ୍ମଣ ଭୁଏ, ମାୟାବର୍ହା ସରପଂଚ ପ୍ରମୋଦିନୀ ଯୁଆଡି, ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ସ୍ୱାଇଁ, ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ, ବୈଶାଖୁ ପଧାନ, ପ୍ରାଣବନ୍ଧୁ ହୋତା, କୃଷ୍ଣପ୍ରୀୟା ସାହାଣୀ, ସମଲେଇଚୁଆଁ ପ୍ରଧାନ ଶି÷କ୍ଷକ ତଥା ଡିଏସଏସ ପର୍ଶୁରାମ ମେହେର, ଶିଶୁବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ମହେନ୍ଦ୍ର ନାଏକ, ତମାମୁରା ହାଇସ୍କୁଲର ଧ୍ରୁବ ବାରିକ, କାଉନସିଲର ରବିନ୍ଦ୍ର ଦୀପ, ଆକୁନ୍ଦ ସାହୁ, ରମେଶ ପଧାନ ପ୍ରମୁଖ ଏହି କମ୍ବଳ ବଂଟନ କାର୍ଯ୍ୟକ୍ରମରେ ଯୋଗଦେଇ ଜେଆରସି ୟୁିନିଟର ମାନବୀୟ ସେବାକୁ ପ୍ରଂଶସା କରିଥିଲେ ।

Leave A Reply

Your email address will not be published.