oom

ସଡକ ଦୁର୍ଘଟଣା : ୧ ଗୁରୁତର

jsmm

ବରଗଡ଼, (କେପିଏନ୍‌ଏସ୍‌) : ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା କଳାପାଣି ଛକ ୫୩ ନମ୍ବର ଜାତୀୟ ରାଜପଥରେ ବୁଧବାର ସକାଳ ପ୍ରାୟ ୧୦ଟା ବେଳେ ଗୋଟିଏ କଣ୍ଟେନର ସମ୍ବଲପୁର ପଟରୁ ବରଗଡ଼ ପଟକୁ ଆସୁଥିବା ସମୟରେ କଣ୍ଟେନରକୁ ଓଭର୍‌ଟେକ୍‌ କରୁଥିବା ବେଳେ ଜଣେ ପଲ୍‌ସର୍‌ ବାଇକ୍‌ ଆରୋହୀ ପିଟି ହୋଇଥିଲେ । ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ । ଖବର ପାଇ ବରାହଗୁଡା ଗ୍ରାମାଞ୍ଚଳ ଥାନା ପୁଲିସ ବାଇକ୍ ଆରୋହୀଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଥିଲା । ବାଇକ୍ ଆରୋହୀ ଜଣକ ସାଗର ମିଶ୍ର(୧୯) ଏବଂ ସେ ଅତାବିରା ସରଣ୍ଡା ଗ୍ରାମର ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.