ଜିଲ୍ଲାର ୫ଟି ଶ୍ରେଷ୍ଠ ୫-ଟି ସ୍କୁଲ ମଧ୍ୟରେ ଜୟରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପୁରସ୍କୃତ

ଭୋଗରାଇ : ବାଲେଶ୍ଵର ଜିଲ୍ଲାର ୫ଟି ଶ୍ରେଷ୍ଠ ‘୫-ଟି ସ୍କୁଲ’ ମଧ୍ୟରେ ଭୋଗରାଇ ବ୍ଲକର ଜୟରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପୁରସ୍କୃତ ହୋଇଛି । ବାଲେଶ୍ଵରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲା ମହୋତ୍ସବ ‘କୋଶମ୍ବ’, ‘ପଲ୍ଲିଶ୍ରୀ’ ମେଳାରେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେ ଜିଲ୍ଲାର ସମୁଦାୟ ୫ଟି ଉଚ୍ଚ ବିଦ୍ୟାଳୟକୁ ‘ଶ୍ରେଷ୍ଠ ୫-ଟି ସ୍କୁଲ’ ଭାବେ ପୁରସ୍କୃତ କରିଥିଲେ । ସେଥି ମଧ୍ୟରେ ଭୋଗରାଇ ବ୍ଲକର ଜୟରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଏହି ବିଶେଷ ଗୌରବ ହାସଲ କରିଛି । ପ୍ରଧାନ ଶିକ୍ଷକ ରାଜେନ୍ଦୁ ବିକାଶ ପାତ୍ର ଏବଂ ଆଲୁମିନି ସଭାପତି ପ୍ରସନ୍ନ କୁମାର ଜେନା ଜିଲ୍ଲାପାଳଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ପୁରସ୍କାରକୁ ନେଇ ଜୟରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ନୂତନ ଉନ୍ମାଦନା ପ୍ରକାଶ ପାଇଛି ।

Leave A Reply

Your email address will not be published.