jayashree

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ୨୦୨୩ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସଡକ ସୁରକ୍ଷା ସପ୍ତାହର ଷଷ୍ଠ ଦିବସରେ ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ତରଫରୁ ଆଜି ଦିବା ୧୦ ଘଣ୍ଟା ସମୟରେ ବିନିକା ବ୍ଲକର ସରକାରୀ ବଳକା ଉଚ୍ଚ ବିଦ୍ୟାଳୟରେ ଏକ କ୍ଷୁଦ୍ର ଚଳଚିତ୍ର ମାଧ୍ୟମରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରାୟ ୨୦୦ ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ଛାତ୍ରଛାତ୍ରୀଙ୍କ ଜରିଆରେ ନିଜର ନିଜର ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କୁ ହେଲ୍ମେଟ ପରିଧାନ କରି ଗାଡି ଚଲେଇବା, ମଦ୍ୟପାନ ନ କରି ଗାଡି ଚଲେଇବା, ମୋବିଲେ ଫୋନ ବ୍ୟବହାର ନ କରି ଗାଡି ଚଲେଇବା ଆଦି ଅନେକ ତଥ୍ୟ ସଡକ ସୁରକ୍ଷା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଏହି ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ପରିଚାଳନା କରିଥିଲେ । ଉକ୍ତ ଦିନ ମଧ୍ୟ ବିନିକା ଟେକ୍ସ ଷ୍ଟାଣ୍ଡରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ୩୦ ଜଣ ଗାଡି ଚାଳକଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା ଶେଷରେ ଏକ ସୁସଜ୍ଜିତ ରଥ ବଜାର ପରିକ୍ରମା କରି ଚଳଚିତ୍ର ମାଧ୍ୟମରେ ସଡକ ସୁରକ୍ଷା ଉପରେ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ଅପରାହ୍ନରେ ଉଲୁଣ୍ଡା ବ୍ଲକ ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମଧ୍ୟ ୨୦ ଜଣ ଗାଡି ଚାଳକମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ଉଲୁଣ୍ଡାଠାରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଜେନାଙ୍କ ପାରୋହିତ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା । ଶ୍ରୀ ଜେନା ସଡକ ସୁରକ୍ଷା ଉପରେ ତାଙ୍କର ବହୁମୂଲ୍ୟବାନ ତଥ୍ୟ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.