jsm

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

csstore

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଧର୍ମଶାଳା ଜୁନିୟର ମହାବିଦ୍ୟାଳୟ, ଧର୍ମଶାଳା, ସୁବର୍ଣ୍ଣପୁରରେ ଛାତ୍ରୀ ଆତ୍ମ ସୁରକ୍ଷା ତଲିମ ଶିବିର ଉଦ୍‌ଘାଟିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଜିଲ୍ଲା ଆତ୍ମ ସୁରକ୍ଷା ତାଲିମ ଶିବିରର ସଂଯୋଜକ ତଥା ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ବରିଷ୍ଟ ଅଧ୍ୟାପକ ମଧୁସୂଦନ ପୁଝାରୀ, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମହିଳା ସୁରକ୍ଷା ତାଲିମ ଶିବିରର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଥିଲେ । ଏହି ଉତ୍ସବରେ ପ୍ରାଧ୍ୟାପିକା ଶ୍ରୀମତି ନମିତା ରଥ, ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର ଓ ପ୍ରାଧ୍ୟାପକ ସୌମିତ୍ରୀ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜସ୍ୱ ମତାମତ ରଖିଥିବା ସ୍ଥଳେ କ୍ରୀଡ଼ା ପ୍ରଶିକ୍ଷକ ଗୋବିନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଗଦାଧର ପ୍ରଧାନ, ନୀଳାମ୍ବର ଝାଂକର ଆଦି କର୍ମଚାରୀ ବୃନ୍ଦ ଉତ୍ସବରେ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ପ୍ରଶିକ୍ଷିକା ସୁଶ୍ରୀ ଶ୍ବେତାରାଣୀ ମହାପାତ୍ର ଓ ସୁଶ୍ରୀ ଅଙ୍କିତା କଅଁର ତାଲିମ ନେବାକୁ ଥିବା ପଂଚାନବେ ଜଣ ଛାତ୍ରୀଙ୍କୁ ନେଇ ତାଂକର ପ୍ରଥମ ଦିନର ପ୍ରଶିକ୍ଷଣ ଆରମ୍ଭ କରିଥିଲେ ।

yuvodaya
Leave A Reply

Your email address will not be published.