jsm

ବରଗଡ ଜାବ୍‌ର ଦ୍ଵିବାର୍ଷିକ ବୈଠକ

csstore

ବରଗଡ, (ନିରୋଜ କୁମାର ପାଣୀ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଅଫ ବରଗଡ (ଜାବ୍)ର ଦ୍ଵିବାର୍ଷିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଆଜି ବରପାଲି ବ୍ଲକ ସଂଲଗ୍ନ ଲିଙ୍ଗମାର୍ଣ୍ଣିଠାରେ ଅନୁଷ୍ଠିତ ହୋଇଯାଇଅଛି । ସଙ୍ଘର ସଭାପତି ରବି ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ସଙ୍ଘର ସାଂଗଠନିକ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ସଂଘ ପକ୍ଷରୁ ସଦସ୍ୟ ମାନଙ୍କର ୱେଲ ଫେୟାର ପାଇଁ ଗୁରୁତ୍ୱ ଦେବା ସହ ସଂଘର ଏକ ଅଫିସ ଗୃହ ନିର୍ମାଣ ଉପରେ ଆଲୋଚନା ହୋଇଥିଲା । ସଭାରେ ବରପାଲି ୟୁନିଟର ବରିଷ୍ଠ ସଦସ୍ୟ ପ୍ରଭୁ ଚରଣ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଦ୍ୟୁମ୍ନ ତ୍ରିପାଠୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ସଂଘର ବିବରଣୀ ଉପସ୍ଥାପନା କରିଥିଲେ । ପରେ ସଂଘର ଦ୍ଵିବାର୍ଷିକ ନିର୍ବାଚନ ସଂଘର ନିର୍ବାଚନୀ ଅଧିକାରୀ ହେମନ୍ତ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରବି ପଣ୍ଡା ଷଷ୍ଠ ଥର ପାଇଁ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ଯୁଧିଷ୍ଟିର ମହାପାତ୍ର ତୃତୀୟ ଥର ପାଇଁ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭୁ ଚରଣ ମହାନ୍ତି ଓ ବ୍ୟୋମକେଶ କର ଉପ ସଭାପତି, ରଞ୍ଜିତ ଦାଶ ଓ ଅଶ୍ଵିନୀ ପାତ୍ର ସମ୍ପାଦକ, ଲଲାଟେନ୍ଦୁ ଦାଶ କୋଷାଧ୍ୟକ୍ଷ, ବଦ୍ରି ପ୍ରସାଦ ସାହୁ ଅଫିସ ସମ୍ପାଦକ, ସୁରେଶ ଦାଶ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ, ଜୟସିଂ ପ୍ରଧାନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସୁନିଲ ମିଶ୍ର ଜିଲ୍ଲା ସଂଯୋଜକ, ରମଣୀ ରଂଜନ ବେହେରା ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ, କ୍ଷମାନିଧି ନାୟକ ଟ୍ରିବୁନାଲ ଅଧ୍ୟକ୍ଷ, ହେମନ୍ତ ପ୍ରଧାନ ସାମ୍ବାଦିକ କଲ୍ୟାଣ ବିଭାଗ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ସେହିପରି ବ୍ଲକ୍ ସଂଯୋଜକ ଭାବରେ ଅତାବିରା ବ୍ଲକ ପାଇଁ କୀର୍ତ୍ତନ ବିଶ୍ଵାଳ, ଅମ୍ବାଭୋନା ବ୍ଲକ ପାଇଁ ରଞ୍ଜିତ ଦାଶ, ବରଗଡ ବ୍ଲକ ପାଇଁ ନେପାଳ ପ୍ରଧାନ, ବରପାଲି ବ୍ଲକ ପାଇଁ ସୁବ୍ରତ ସାହୁ, ବିଜେପୁର ବ୍ଲକ ପାଇଁ ପାଣ୍ଡବ ପ୍ରଧାନ, ଭଟଲି ବ୍ଲକ ପାଇଁ ଅର୍ଜୁନ ସାହୁ, ଝାରବନ୍ଧ ବ୍ଲକ ପାଇଁ ଦେବେନ୍ଦ୍ର ସାହୁ, ଭେଡେନ ବ୍ଲକ ପାଇଁ ଜ୍ୟୋତି ରଞ୍ଜନ ମହାପାତ୍ର, ଗାଇସିଲେଟ ବ୍ଲକ ପାଇଁ ଝସକେତନ ସାହୁ, ପାଇକମାଲ ପାଇଁ ଧିରେନ ମହାନ୍ତି, ପଦ୍ମପୁର ବ୍ଲକ ପାଇଁ ସୁଦାମ ପ୍ରଧାନ ଓ ସୋହେଲା ବ୍ଲକ ପାଇଁ ସତ୍ୟଜିତ ପ୍ରଧାନ ମନୋନୀତ ହୋଇଛନ୍ତି ।

yuvodaya
Leave A Reply

Your email address will not be published.