ମନସାପାଲି ଗାଁରୁ ପାଣି ମୋଟର ଚୋରୀ ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା କରକଚିଆ ନିକଟସ୍ଥ ମନସାପାଲି ଗ୍ରାମରେ ଥିବା ଏକମାତ୍ର ପୋଖରୀଟି ଖରାଦିନେ ଶୁଖିଯାଇଥାଏ । ଫଳରେ ନିକଟରେ ଏକ ଗଭୀର ନଳକୂପ ଖୋଲାଯାଇ ତହିଁରୁ ପାଣି ଆଣି ପୋଖରୀରେ ଭର୍ତ୍ତି କରାଯାଇଥାଏ । ତେବେ ଗତକାଲି ରାତିରେ କିଛି ଦୁବୃର୍ତ୍ତ ଉକ୍ତ ନଳକୂପ ଭାଙ୍ଗି ମୋଟରଟିକୁ ଚୋରି କରି ନେଇଥିବା ଜଣାଯାଇଛି । ଏ ନେଇ ଗ୍ରାମର ଭୁବନେଶ୍ୱର ଧରୁଆ, ତ୍ରିପୁରାରୀ ପୁଟା, ନିରଂଜନ କୁଦେଇ, ଦେବରାଜ କୁଦେଇ, ରୋହିତ ଧରୁଆ, ସୌଭାଗ୍ୟ ପୁଟା ପ୍ରମୁଖ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିସହିତ ମନସାପାଲି ଓ ନିକଟସ୍ଥ କରକଚିଆ ଅଞ୍ଚଳରେ ଅସାମାଜିକ ତତ୍ୱଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଯୋଗୁଁ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!