oom

ନବ ନିଯୁକ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟାଙ୍କୁ ସମ୍ବର୍ଦ୍ଧନା

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ପଳସାପଡାଠାରେ ଡମ ଗଣା ସମାଜ ତରଫରୁ ନବ ନିଯୁକ୍ତ ପଶ୍ଚିମ ଓଡିଶା ବିକାଶ ପରିସଦର ସଦସ୍ୟା ମନ୍ଦାକିନୀ ବଘେଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସିନାପାଲି ଡମ ଗଣା ସମାଜର ସଭାପତି ଜୟପାଳ ନାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ନୂଆପଡା ଜିଲ୍ଲା ଡମ ଗଣା ସମାଜର କାର୍ଯ୍ୟକର୍ତ୍ତା ଫକୀର ମୋହନ ଜଗତ ସମ୍ମାନିତ ଅତିଥି ଭାବରେ ବରିଷ୍ଟ ଆଇନଜୀବୀ ପ୍ରତାପ କିଶୋର ଜଗତ, ବିରିଘାଟ ସଭାପତି ଖଗେଶ୍ୱର ବାଗ, ବରିଷ୍ଟ ଶିକ୍ଷାବିତ ଗଙ୍ଗରାମ ବାଗ, ପ୍ରେମାନନ୍ଦ ନାୟକ ମଂଚାସୀନ ରହିଥିଲେ । ଏହି ଅବସରରେ ସଦସ୍ୟା ମନ୍ଦାକିନୀ ବଘେଲଙ୍କୁ ସମାଜ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

jittmm
Leave A Reply

Your email address will not be published.