ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ଢେଙ୍କାନାଳ : କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କରଗୋଳା ପଞ୍ଚାୟତର ଦଣ୍ଡାଧାର ସାପ୍ତାହିକ ହାଟ ନିକଟରେ ଗୁରୁବାର ଏକ ବାଇକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାର ଜଣାଯାଇଛି । ମୃତକ ଜଣକ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଶେଷଦେବ ନାୟକ (୩୫) । ସୂଚନା ଅନସାରେ ଶେଷଦେବ ନାୟକ କୌଣସି କାର୍ୟ୍ୟରେ କାନ୍ତୋଲ ଯାଇ ଘରକୁଏକ ବାଇକରେ ଫେରୁଥିଲେ । ଫେରିବା ସମୟରେ ଦଣ୍ଡାଧାର ହାଟ ନିକଟରେ ଥିବା ଏକ କଲଭଟରେ ବାଇକଟି ଭାରସାମ୍ୟ ହରାଇ ଧକ୍କା ହୋଇଥିଲା । ଫଳରେ ଶେଷଦେବ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ । ଗୁରୁତର ଶେଷଦେବଙ୍କୁ ୧ଠ୮ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବାର ଜଣାଯାଇଛି ।

Leave A Reply

Your email address will not be published.