ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ

ଢେଙ୍କାନାଳ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲୁଏସ୍‌ଏସ୍‌) ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିବା ଜଣାପଡିଛି । ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ଚଢାଉ । ସୂଚନା ଅନୁଯାୟୀ, ଆରଡବ୍ଲୁଏସ୍‌ଏସ୍‌ ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ବିଜୟ କୁମାର ସାହୁଙ୍କ ଭୁବନେଶ୍ୱର କାର୍ଯ୍ୟାଳୟ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡିହଡୋଳ ସ୍ଥିତ ବାସଭବନ, କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ସ୍ଥିତ ଶ୍ଵଶୁର ଘର, ଅନୁଗୁଳ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ ଜାରି ରହିଛି । ଯେଉଁଥିରେ ଭୁବନେଶ୍ୱର ଅଫିସ, ସରକାରୀ ବାସଭବନ ଆଦି ସାମିଲ ଅଛି । ଅଧିକ୍ଷଣ ଯନ୍ତ୍ରୀ ବିଜୟ ସାହୁ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁତୁରା ବୋଲି ଜଣାପଡିଛି । ତେବେ ଭିଜିଲାନ୍ସ ପକ୍ଷରୁ ହେଉଥିବା ଚଢାଉ ଫଳରେ ବିଜୟ କୁମାର ସାହୁଙ୍କ ଅଡୁଆ ବଢିବାରେ ଲାଗିଛି । ଚଢ଼ାଉ ଜାରି ରହିଥିବା ବେଳେ ଭିଜିଲାନ୍ସ ଟିମ୍‌ର ଏହି ରେଡ୍‌ରେ କେତେ ସମ୍ପତ୍ତି ଠୁଳ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ ।

Leave A Reply

Your email address will not be published.

error: Content is protected !!