ଉପଜିଲ୍ଲାପାଳଙ୍କୁ ଗଞ୍ଜାମ ପ୍ରେସ୍‌କ୍ଲବ ତରଫରୁ ଅଭିନନ୍ଦନ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ରବିବାର ଗଞ୍ଜାମ ପ୍ରେସ୍‌କ୍ଲବ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବାକୁ ଯାଉଛି । ପ୍ରେସ୍‌କ୍ଲବ ସଭାପତି ଶବର କୁମାର ତରାଇଙ୍କ ନେତୃତ୍ୱରେ ସମ୍ପାଦକ ବିଦ୍ୟାଧର ସାହୁ, ଉପଦେଷ୍ଟା ଉମାକାନ୍ତ ବେହେରା, ସହସମ୍ପାଦକ ନିରଞ୍ଜନ ପରିଡା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ସଦସ୍ୟ ରାକେଶ ରଞ୍ଜନ ଦାସ(ସିଲୁ), କୃଷ୍ଣ ଚନ୍ଦ୍ର ଦାସ ପ୍ରମୁଖ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କୁ ଭେଟି କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଆସନ୍ତା ୮ ତାରିଖରେ ଗଞ୍ଜାମ ସହର ସ୍ଥିତ ମିନି ଷ୍ଟାଡିୟମରେ ପ୍ରେସ୍‌କ୍ଲବ ତରଫରୁ ଆୟୋଜିତ ହେବାକୁ ଥିବା ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ କରାଯାଇଥିଲା ।

Leave A Reply

Your email address will not be published.