oom

ପାଞ୍ଚଦିନିଆ ‘ଜାତୀୟ କଳା ଉତ୍ସବ ୨୦୨୨-୨୩’ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ଐତିହ୍ୟକୁ ମନେ ନ ରଖିପାରିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ । ଆମର ପାଠପଢ଼ା ସେବେ ପୂର୍ଣ୍ଣାଙ୍ଗ ହେବ ଯେବେ ଆମେ ଆମର ଐତିହ୍ୟକୁ ମନେ ରଖିବା ବୋଲି ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର(ଆରଆଇଆଇ) ଠାରେ ଆୟୋଜିତ ପାଞ୍ଚଦିନିଆ ଜାତୀୟ କଳା ଉତ୍ସବ ୨୦୨୨-୨୩କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଦେଶର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଧର୍ମେନ୍ଦ୍ର ସବୁ ସ୍କୁଲକୁ ଅପିଲ କରିଛନ୍ତି । ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନସିଇଆରଟି) ଏବଂ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଧର୍ମେନ୍ଦ୍ର କହିଛନ୍ତି, ଆମର ଦେଶର ଶିକ୍ଷା ବ୍ୟବସ୍ଥାରେ କଳା ଏବଂ ସଂସ୍କୃତିର ନିବିଡ ସମ୍ପର୍କ ରହିଆସିଛି । କଳା, ସାହିତ୍ୟ ଏବଂ ସଂସ୍କୃତି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହାର ଆନୁଷ୍ଠାନୀକରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୦୧୫ରେ ଜାତୀୟ କଳା ଉତ୍ସବର କଳ୍ପନା କରିଥିଲେ । ଏହି କ୍ରମରେ ଏକ ଭାରତ ଶ୍ରେଷ୍ଠ ଭାରତର ଏହି ବିରାଟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ଆସିଥିବା ବିଦ୍ୟାର୍ଥୀମାନେ ନିଜ ନିଜ ଅଞ୍ଚଳର କଳା ଏବଂ ସଂସ୍କୃତିକୁ ପ୍ରଦର୍ଶନ କରିବା ଖୁସିର ବିଷୟ ।

କେନ୍ଦ୍ରମନ୍ତ୍ରୀ ପ୍ରଧାନ କଳା ଉତ୍ସବର ସର୍ବଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ଦିଲ୍ଲୀ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶା ସମେତ ଦେଶର ପ୍ରତିଭାବାନ ଯୁବବର୍ଗ ତଥା କେନ୍ଦ୍ରୀୟ ବିଦ୍ୟାଳୟ ଓ ନବଦୋୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୃଥକ ୧୦ଟି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ପ୍ରତିଯୋଗିତାରେ ଯେଉଁ ତିନିଜଣ ଗୃପ ସମୂହ ଏଥିରେ ବିଜେତା ହେବେ ସେମାନଙ୍କୁ ୨୬ ଜାନୁଆରୀରେ ଜାତୀୟ ପରେଡ୍ ଦେଖିବା ପାଇଁ ନିମନ୍ତ୍ରଣ ଦିଆଯିବ । ଏହାର ପର ଦିନ ଅର୍ଥାତ୍ ୨୭ ଜାନୁଆରୀରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ମଞ୍ଚରେ ଥିବେ ସେତେବେଳେ ଏହି ପିଲାମାନେ ମଞ୍ଚରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ ।

jittmm
Leave A Reply

Your email address will not be published.