ଭୁବନେଶ୍ୱର : ଅନିଶ୍ଚିତତା ଭିତରେ ମାଟ୍ରିକ ପରୀକ୍ଷା ପୂର୍ବରୁ ରହିଥିବା ବେଳେ ଆଜି ଏ ସଂପର୍କରେ ସ୍ପଷ୍ଟ ମତ ରଖିଛନ୍ତି ସରକାର । ସରକାରଙ୍କ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ବିଳମ୍ବ ହୋଇପାରେ, କିନ୍ତୁ ମାଟ୍ରିକ ପରୀକ୍ଷା ନିଶ୍ଚିତ ଭାବେ ହେବ । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି କେନ୍ଦ୍ର ସରକାର ପରୀକ୍ଷା ନକରିବା ପାଇଁ ନିଷ୍ପତି ନିଅନ୍ତି, ଏହାକୁ ରାଜ୍ୟ ସରକାର ମାନି ନେଇ ପାରନ୍ତି ।