କାର୍‌ ଓ ବାଇକ୍ ମୁହାଁମୁହିଁ ଧକ୍କା

ସାନଖେମୁଣ୍ଡି : ପାଟପୁର ଥାନା ପୋଡ଼ାମାରି ରାଜନାପଲ୍ଲୀ ରାସ୍ତା ନିକଟରେ କାର୍‌ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗଞ୍ଜାମ-ଗଜପତିକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ପୋଡ଼ାମାରି ରାଜନାପଲ୍ଲୀ ନିକଟରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀର ଆଭିନାଶ ରେଡ୍ଡୀ ଓଡି ୦୭ଏମ୬୮୨୪ ନମ୍ୱର ବାଇକ୍‌ ଯୋଗେ ତପ୍ତପାଣି ଦେଇ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ କଳାହାଣ୍ଡି ଜିଲ୍ଲାର କାର ଓଡି ୩୦ଇ୪୫୪୫ ବାଇକ୍‌କୁ ଧକ୍କା ଦେଇଥିଲା । ଯାହା ଫଳରେ ବାଇକ ସହ ଆଭିନାଶ ରାସ୍ତା କଡ଼କୁ ଉଡ଼ି ଯାଇ ଗଛରେ ଲାଖି ଯାଇଥିଲେ । କାର୍‌ଟି ବିଲ ଭିତରକୁ ଖସିଯିବାରୁ ଭାଙ୍ଗିଯାଇଥିବା ଦେଖାଯାଉଛି । ଖବର ପାଇ ପୋଡ଼ାମାରି ଫାଣ୍ଡି ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ବାଇକ୍‌ ଚାଳକ ଆଭିନାଶ ରେଡ୍ଡୀ ଏବଂ କାର୍‌ ଡ୍ରାଇଭର ଯାତ୍ରୀଙ୍କୁ ଦିଗପହଣ୍ଡି ମେଡିକାଲକୁ ପଠାଇଥିଲା । ଡାକ୍ତର ଆଭିନାଶଙ୍କୁ ମୃତ ଘୋଷଣା କରିଛନ୍ତି । କାର୍‌ରେ ଥିବା ଅନ୍ୟ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.

error: Content is protected !!