pr

ଜୟ ବୁଢ଼ା ଡଙ୍ଗର ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ବୈଦିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଳିଝରନ ଠାରେ ଗତକାଲି ଜୟ ବୁଢ଼ା ଡଙ୍ଗର ସ୍ଵେଚ୍ଛାସେବୀ ସଙ୍ଗଠନ ଆନୁକୂଲ୍ୟରେ ମହାଆଡ଼ମ୍ବରରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଛି । ଉକ୍ତ ଅଭିଯାନରେ ସଙ୍ଗଠନର ମୁଖ୍ୟ ରୋହିତ ସାହୁଙ୍କ ପ୍ରଚେଷ୍ଟାରେ ଅନ୍ୟତମ ସମାଜସେବୀ ପ୍ରଫୁଲ୍ଲ କୁମାର ବଢିଆ, ଅନେକ ସମାଜ ସେବାରେ ବ୍ରତି ଥିବା ଗ୍ରାମ୍ୟ ଗୌନ୍ତିଆ ଗୋଲକ ରାଉତ, ଅନ୍ୟତମ ବୟୋଜ୍ୟେଷ୍ଠ ଟଙ୍କ ଧର ଭୁଏ, ଅନାଦି ସାହୁ, ଭବାନୀ ଶଙ୍କର ସାହୁ, ସୁଦନ ଭୋଇ, ଶିବ ଶଙ୍କର ସାହୁ, ଗ୍ରାମ୍ୟ ୱାର୍ଡ ମେମ୍ବର ହରିବନ୍ଦୁ ରାଉତ, ସହଦେବ ଧରୁଆ, ସମୀର ସୁନା, ମା’ମାନଙ୍କ ମଧ୍ୟରେ ଶ୍ରୀମତୀ ଗହଳ ରାଉତ, ଶ୍ରୀମତୀ ସତ୍ୟ ଭାମା ରାଉତ, ଶ୍ରୀମତୀ କିଶୋରୀ ବଗର୍ତ୍ତୀ ପ୍ରମୁଖ ଗ୍ରାମ୍ୟର ଭଦ୍ର ବ୍ୟକ୍ତିମାନଙ୍କ ନେତୃତ୍ୟରେ ପ୍ରତି ମାସ ଶେଷ ରବିବାର ଦିନ ଗ୍ରାମକୁ ଏକ ସୁନ୍ଦର ସରସ ଏବଂ ସ୍ଵଚ୍ଛଳ ଗ୍ରାମ ଭାବେ ଗଢି ତୋଳିବା ଅଭିଯାନକୁ ଚାଲୁ ରଖିବା ପାଇଁ ଦୃଢ ପ୍ରତିଶ୍ରୁତିବଦ୍ଧ ହେବା ସଙ୍ଗେ ସଙ୍ଗେ ସଂକଳ୍ପ ପୂର୍ବକ ଅଭିଯାନକୁ ସମାପ୍ତ କରାଯାଇଥିଲା ।

nrusinghnath
Leave A Reply

Your email address will not be published.