pr

ପୁଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡି କର୍ମଚାରୀଙ୍କ ଧାରଣା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ୍‌ ଓାର୍କସ ଏସୋସିଏସନ୍‌ ଶାଖାର ପୁଇଁନ୍ତଲା ବ୍ଲକର ଅଙ୍ଗନୱାଡି କର୍ମଚାରୀ ମାନେ ଆଜି ଆଠ ଦଫା ଦାବୀକୁ ନେଇ ବ୍ଲକ ପରିସରରେ ଧାରଣାରେ ବସିଛନ୍ତି । ଅନ୍ୟପଟେ ଧାରଣା ବସିଥିବା ପୁଇଁନ୍ତଲା ବ୍ଲକ ଅଙ୍ଗନୱାଡି ସଭାନେତ୍ରୀ କ୍ରିଷ୍ଣା ରଣାଙ୍କ କହିବାନୁସାରେ ରାଜ୍ୟ ସରକାର ଆମ୍ଭର ଆଠ ଦଫା ଦାବୀକୁ ଶୀଘ୍ର ପୂରଣ କରନ୍ତୁ, ନଚେତ୍‌ ଆନ୍ଦୋଳନ ଭୟାବହ ହେବ ବୋଲି କହି ପୂର୍ବରୁ ମଧ୍ୟ ରାଜ୍ୟସରକାର ଆମ୍ଭମାନଙ୍କ ଦାବୀଗୁଡିକୁ ନେଇ ପ୍ରତିଶୃତି ଦେଇଥିଲେ । ହେଲେ କିଛି ଲାଭ ମିଳିଲା ନାହିଁ । ସେଥିପାଇଁ ରାଜ୍ୟ ସରାକର ଆମ୍ଭ ମାନଙ୍କ ଏହି ଦାବୀ ଗୁଡିକୁ ପୂରଣ କରିବା ପାଇଁ ଲିଖିତ ଭାବେ ଦିଅନ୍ତୁ । ନହେଲେ ଧାରଣା ଜାରି ରହିବ ବୋଲି ଅଙ୍ଗନୱାଡିର ସଭାନେତ୍ରୀ କ୍ରିଷ୍ଣା ରଣା କହିଛନ୍ତି ।

nrusinghnath
Leave A Reply

Your email address will not be published.