୪୭୦ କୁଇଣ୍ଟାଲ ଧାନ ପୋଡି ନଷ୍ଟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ ଅନ୍ଧାରୀ ଗ୍ରାମରେ ବିଲରେ ଧାନ ଅମଳ ସମୟରେ ଟ୍ରେସର ମେଶିନରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ମେଶିନ ସହ ଟ୍ରାକ୍ଟର ପୋଡି ନଷ୍ଟ ହୋଇଯାଇଥିବା ଖବର ମିଳିଛି । ୪ ଜଣ ଚାଷୀଙ୍କ ଅମଳ ଧାନ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।

କ୍ଷତିଗ୍ରସ୍ତ ଚାଷୀମାନେ ହେଲେ ପବିତ୍ର ସାହୁ, ଲକ୍ଷ୍ମଣ ବେହେରା, ସୁରୁ ସିଂ ସୋହେଳା, ଚିିତ୍ତରଞ୍ଜନ ସୋହେଲା । ଏମାନଙ୍କର ମୋଟ ୪୭୦ କୁଇଣ୍ଟାଲ ଧାନ ପୋଡିଯାଇଛି । ଖବରପାଇ ଯୁଯୁମୁରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସଟ ସର୍କିଟ କିମ୍ବା ମେଶିନ ଗରମ ହୋଇ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି । କୟାକୁଦ ସରପଞ୍ଚ ଜେମାମଣି ପ୍ରଧାନ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି ।

ସମସ୍ତ ସରକାରୀ ସୁବିଧା ଓ କ୍ଷତପୂରଣ ଚାଷୀଙ୍କୁ ଯୋଗାଇ ଦିଆଯାଉ ବୋଲି ସେ ଦାବୀ କରିଛନ୍ତି । ସେହିପରି କଂଗ୍ରେସ ନେତା ଆସଫ ଅଲ୍ଲୀ ଖାନ ମଧ୍ୟ କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହ ଆଲୋଚନା କରି ସରକାରୀ ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି । ଏହାଛଡା ଟାଉନ ଥାନା ମୁଦିପଡା ଛକରେ ଥିବା ଏକ ମେଡିସିନ ଦୋକାନରେ ଅଗ୍ନିକାଣ୍ଡ ଘଟି କ୍ଷୟକ୍ଷତି ଘଟିଛି । ସଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ସନ୍ଦେହ କରୁଛି । କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଜଣାପଡି ନାହିଁ । ହେଲେ ଦୋକନରେ ଥିବା ସମସ୍ତ ମେଡିସିନ, ଆଲମୀଲା, ଟେବୁଲ ଆଦି ପୋଡିଯାଇଥିବା ଜଣାପଡିଛି ।

Leave A Reply

Your email address will not be published.