ସୁପ୍ରିମକୋର୍ଟ ବିଚାରପତି ହେଲେ ଜଷ୍ଟିସ୍‌ ଦୀପଙ୍କର ଦତ୍ତ

ନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପଙ୍କର ଦତ୍ତଙ୍କୁ ରବିବାର ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାୟିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ୧୯୬୫ ଫେବୃୟାରୀ ୯ରେ ଜନ୍ମିତ ଜଷ୍ଟିସ୍‌ ଦତ୍ତ ୨୦୩୦ ଫେବୃୟାରୀ ୮ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ।

ସୂଚନାଯୋଗ୍ୟ ଯେ, ପୂର୍ବତନ ସିଜେଆଇ ୟୁ.ୟୁ. ଲଲିତଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଗତବର୍ଷ ସେପ୍ଟେମ୍ବରରେ ଜଷ୍ଟିସ୍‌ ଦତ୍ତଙ୍କ ନାମ ସୁପାରିସ କରିଥିଲେ । ଜଷ୍ଟିସ୍‌ ଦତ୍ତ ଶପଥ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ୨୮କୁ ବୃଦ୍ଧି ପାଇବ । ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ମିଶାଇ ସର୍ବୋଚ୍ଚ ଅଦାଲତର ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୩୪ ।

Leave A Reply

Your email address will not be published.