pr

ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

dr. purohit

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସାହିତ୍ୟକାର ଲୋକନାଥ ମିଶ୍ର ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାଚୀନ ଓ ଆଧୁନିକ ସାହିତ୍ୟ ମଧ୍ୟରେ କିପରି ସାମଞ୍ଜସ୍ୟ ରହିବା ଉଚିତ ସେ ସମ୍ପର୍କରେ କହିଥିଲେ । ସଂସଦର ସଭାପତି କାଶୀନାଥ ରାଉତରାୟ ଏଥିରେ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଶିକ୍ଷା ଅଧିକାରୀ ମର୍କତ କେଶରୀ ରାୟ, ଦୁଷ୍ମନ୍ତ କୁମାର ସ୍ୱାଇଁ, ଗଣକ ଗଣେଶ ଶାସ୍ତ୍ରୀ, କବି ମାନସ ରଂଜନ ମହାପାତ୍ର, ପ୍ରଭାତ ବିଶ୍ୱାଳ, ଶ୍ରୀମନ୍ତ ପଣ୍ଡା, ମଞ୍ଜୁଶ୍ରୀ ବରାଳ, ସୁପ୍ରିୟା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ବେଣୁଧର ସୂତାର, ରମାକାନ୍ତ ନାୟକ, ମଞ୍ଜୁଶ୍ରୀ ବରାଳ, ସୁପ୍ରିୟା ସାହୁ, ମୋନାଲିସା ସିଂ, ଅଶୋକ କୁମାର ଦାଶ, କୁମୁଦିନୀ ବେହେରାଙ୍କ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

nrusinghnath
Leave A Reply

Your email address will not be published.