ହାଇପରସୋନିକ ଯାନ ପରୀକ୍ଷଣ କଲା ଇସ୍ରୋ, ଆହୁରି ସୁଦୃଢ଼ ହେବ ଭାରତ ପ୍ରତିରକ୍ଷା କ୍ଷେତ୍ର

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ମୁଖ୍ୟାଳୟର ସହଯୋଗରେ ହାଇପରସୋନିକ ଯାନର ସଫଳ ପରୀକ୍ଷଣ କରିଛି । ପରୀକ୍ଷଣ ବେଳେ ଏହି ଯାନ ସମସ୍ତ ମାନଦଣ୍ଡ ପୂରଣ କରିଛି । ଏହାଫଳରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ସୁଦୃଢ଼ ହୋଇପାରିବ । ହାଇପରସୋନିକ ଯାନ ଉଭୟ ଚୀନ୍‌ ଓ ପାକିସ୍ତାନର ମୁକାବିଲା କରିବା କ୍ଷେତ୍ରରେ ଏକ ପ୍ରମୁଖ ଅସ୍ତ୍ର ହେବ । ଏହି ଯାନର ବିଶେଷତ୍ୱ ହେଉଛି କି ଏହା ଶବ୍ଦ ଠାରୁ ୫ ଗୁଣ ଅଧିକ ବେଗରେ ଗତି କରିପାରିବ । ମହାକାଶରେ ଶୀଘ୍ର ପହଞ୍ଚିବା, ଦୀର୍ଘ ଦୂରାଗାମୀ ଲକ୍ଷ୍ୟ ଭେଦ ଏବଂ ବାଣିଜ୍ୟିକ ବିମାନଯାତ୍ରାକୁ ହାଇପରସୋନିକ ଯାନ ଆହୁରି ସୁଗମ କରିପାରିବ । ଏହି ହାଇପରସୋନିକ ଯାନ ଏକ ବିମାନ, ମିସାଇଲ କିମ୍ବା ମହାକାଶଯାନ ହୋଇପାରିବ । ହାଇପରସୋନିକ ଟେକ୍ନୋଲୋଜିକୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଭାବେ ବିବେଚନା କରାଯାଉଛି । ଚୀନ୍‌, ଭାରତ, ରୁଷ, ଆମେରିକା ସମେତ ଅନ୍ୟ କେତେକ ଦେଶ ହାଇପରସୋନିକ ଟେକ୍ନୋଲୋଜିର ବ୍ୟବହାର କରି ଅସ୍ତ୍ରଶସ୍ତ୍ର ପ୍ରସ୍ତୁତିରେ ଲାଗିଛନ୍ତି । ଭାରତ ଗତ କିଛିବର୍ଷ ହେବ ଏହା ଉପରେ କାର୍ଯ୍ୟ କରୁଛି ।

Leave A Reply

Your email address will not be published.